ଦକ୍ଷିଣ କାଶ୍ମୀରର ମୀରବଜାରରେ ପୋଲିସ ବାହିନୀ ଉପରେ ଆତଙ୍କବାଦୀ ହମଲା ! ଜଣେ ପୋଲିସ ସହିଦ, ୩ ଆହତ

26

କନକ ବ୍ୟୁରୋ: ଦକ୍ଷିଣ କାଶ୍ମୀରର ଗୁଲମାମ ଜିଲ୍ଲାର ମୀରବଜାରରେ ପୋଲିସ ବାହିନୀ ଉପରେ ଆତଙ୍କବାଦୀ ହମଲା ହୋଇଛି । ଏଥିରେ ଜଣେ ପୋଲିସ ସହିଦ ହୋଇଥିବା ବେଳେ ୩ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଆତଙ୍କବାଦୀଙ୍କ ହମଲାରେ ୨ ଜଣ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆତଙ୍କବାଦୀ ନିହତ ହୋଇଛି ।

ଯବାନଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀ ନିହତ ହୋଇଛି । ଅନ୍ୟ ଆତଙ୍କବାଦୀମାନେ ଫେରାର ହୋଇଯାଇଛନ୍ତି । ଗତକାଲି ରାତି ୧୦ଟାରେ ମୀରବଜାରରେ ରାସ୍ତା ଉପରେ ଟ୍ରାଫିକ ଜାମ ହୋଇଥିଲା । ପୋଲିସ କର୍ମଚାରୀମାନେ ଗାଡି ହଟାଇବା ବେଳେ ଆତଙ୍କବାଦୀମାନେ ଅଚନାକ ହମଲା କରିଥିବା ଜଣାପଡିଛି । ଅନ୍ୟପଟେ ଫେରାର ଆତଙ୍କବାଦୀଙ୍କୁ ଧରିବାକୁ ପୁରା ଅଂଚଳକୁ ସିଲ କରି ସର୍ଚ୍ଚ କରାଯାଉଛି ।