ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ! ଜଣେ ଯବାନ ଶହୀଦ, ୬ ଗୁରୁତର

18

କନକ ବ୍ୟୁରୋ : ଜମ୍ମୁ କଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ । ପୁଲିସ ଲାଇନରେ ଥିବା ଥିବା ଏକ କୋଠା ଉପରେ ଭୋର ସାଢେ ୪ଟା ବେଳେ ଆତଙ୍କବାଦୀ ମାନେ ଆକ୍ରମଣ କରିଛନ୍ତି । ପୁଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ଏସଓଜି ଯବାନ ଶହୀଦ ହୋଇଛନ୍ତି । ପ୍ରାୟ ୪ ଘଣ୍ଟା ଧରି ପୁଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଆତଙ୍କୀଙ୍କ ଗୁଳିରେ ୫ ଜଣ ସିଆରପିଏଫ ଯବାନଙ୍କ ସମେତ ମୋଟ ୬ ଜଣ ଆହତ ହୋଇଛନ୍ତି । ଜୈସ-ଏ-ମହମ୍ମଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ।

ପୁଲିସ ଲାଇନରେ ଥିବା କୋଠାରେ ଏବେ ମଧ୍ୟ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି । ଆତଙ୍କବାଦୀଙ୍କୁ ଧରିବା ପାଇଁ ସିଆରପିଏଫ ଓ ପୁଲିସ ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ପୁଲିସ ଲାଇନ କୋଠାକୁ ଖାଲି କରାଯାଇଛି ।