ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ! ସେନାର ପାଟ୍ରୋଲିଂ ଟିମ ଉପରକୁ ହମଲା କଲେ ଆତଙ୍କୀ, ୨ ଯବାନ ଗୁରୁତର

21

ଜମ୍ମୁକାଶ୍ମୀର କୁପୱାଡାରେ ଆତଙ୍କବାଦୀ ଆକ୍ରମଣ । ସେନାର ପାଟ୍ରୋଲିଂ ଟିମ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ଏଥିରେ ସେନାର ୨ ଜଣ ଯବାନ ଆହତ ହୋଇଛନ୍ତି । ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଜମ୍ମୁକାଶ୍ମୀର ଗସ୍ତ ସମୟରେ ହୋଇଛି ଏଭଳି ଆତଙ୍କବାଦୀ ଆକ୍ରମଣ । ରାଜନାଥ କୁପୱଡା ଅଂଚଳ ମଧ୍ୟ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିବେ । ଆଜି ଶ୍ରୀନଗରରେ ପହଂଚିଛନ୍ତି ରାଜନାଥ ସିଂହ । ସେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜନାଥ ଯୋଗଦେବେ ।

ଅନ୍ୟପଟେ ପୁଣି ଥରେ ପଦାରେ ପଡିଛି ପାକିସ୍ତାନର ଦୋମୁହାଁ ନୀତି । ଆଇଏସଆଇ ଓ ପାକିସ୍ତାନ ଆର୍ମି ୪୫୦ ଆତଙ୍କବାଦୀଙ୍କୁ ପାକ୍ ଅଧିକୃତ କାଶ୍ମୀର ଘାଟିକୁ ପଠାଇବା ପାଇଁ ଯୋଜନା କରୁଥିବା ଜଣାପଡିଛି । ପାକିସ୍ତାନ ଆତଙ୍କବାଦୀଙ୍କୁ ୧୧ଟି ନୂଆ ଲଂଚିଙ୍ଗ ପ୍ୟାଡ ସହାଯ୍ୟରେ ଘାଟିକୁ ପଠାଇବା ଯୋଜନାରେ ରହିଛି । ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ଜମ୍ମୁକାଶ୍ମୀର ଗସ୍ତ ସମୟରେ ଏଭଳି ତଥ୍ୟର ଖୁଲ୍ଲାସା ହୋଇଛି । କାଶ୍ମୀର ଘାଟିରେ ସବୁଠୁ ଅଧିକ ଆତଙ୍କବାଦୀ ରହିଛନ୍ତି ଜୈସ-ଏ-ମହମ୍ମଦ ସଙ୍ଗଠନର ।