ସିଆରପିଏଫ ଟ୍ରେନିଂ କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣ ! ୨ ଯବାନ ସହିଦ, ୨ ଆହତ । ହ୍ୱାଟସଆପ ଯୋଗେ ଗଣମାଧ୍ୟମକୁ ସୂଚନା ଦେଲା ଆତଙ୍କୀ ସଂଗଠନ ଜୈସ-ଇ-ମହମ୍ମଦ

28

ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲା ଅନ୍ତର୍ଗତ ଥିବା ଅବନ୍ତିପୁରାର ସିଆରପିଏଫ ଟ୍ରେନିଂ କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ଭାରତୀୟ ସେନାର ୨ଯବାନ ଶହୀଦ ହୋଇଥିବା ବେଳେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ରାତି ପ୍ରାୟ ୨ଟା ୧୦ ମିନିଟରେ ଏହି ଆକ୍ରମଣ ହୋଇଥିବା ସୁଚନା ମିଳିଛି । ସୁତ୍ର ଅନୁଯାୟୀ, ୩ ଜଣ ଆତଙ୍କବାଦୀ ସିଆଇପିଏଫ କ୍ୟାମ୍ପରେ ପଶି ଏହି ଆକ୍ରମଣ କରିଛନ୍ତି । ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ନିଜକୁ ଦାୟୀ କରିଛି । ଆକ୍ରମଣ ପରେ ପୋଲିସ ଓ ଯବାନଙ୍କ ପକ୍ଷରୁ ଅପରେସନ ଆରମ୍ଭ କରାଯାଇଛି ।

dc-Cover-ji0shhccklfs6akhvq9snabei5-20160918080235.Mediସୂଚନା ଅନୁଯାୟୀ, ୩ ଜଣ ଆତଙ୍କବାଦୀ ଅବନ୍ତିପୁରାର ସିଆରପିଏଫ କ୍ୟାମ୍ପରେ ପଶିବା ପରେ ପ୍ରଥମେ ଗ୍ରେନେଡରେ ଆକ୍ରମଣ କରିଥିଲେ । ଏହାପରେ ଲଗାତାର ଫାୟାରିଙ୍ଗ ଆରମ୍ଭ କରିଦେଇଥିଲେ ଆତଙ୍କବାଦୀ ମାନେ । ହ୍ୱାଟସଆପ ଯୋଗେ ମିଡିଆକୁ ମେସେଜେ ପଠାଇ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଜୈସ-ଇ-ମହମ୍ମଦ । ଆକ୍ରମଣ ହୋଇଥିବା କ୍ୟାମ୍ପରେ ୧୮୫ ବାଟାଲିୟନର ମୁଖ୍ୟାଳୟ ମଧ୍ୟ ରହିଛି । ତେଣୁ ଆଶଙ୍କା କରାଯାଉଛି ଆତଙ୍କବାଦୀ ମାନେ ସେଠାରେ ମଧ୍ୟ ଆକ୍ରମଣ କରିପାରନ୍ତି । ଏହି ଆକ୍ରମଣ ପୂର୍ବରୁ ସେନା ଓ ପୋଲିସକୁ ଗୁଇନ୍ଦା ସୂଚନା ମଧ୍ୟ ମିଳିଥିଲା । ତେବେ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ ଫୋନ ଓ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି । ନୂଆବର୍ଷ ପୂର୍ବରୁ ଏଭଳି ଆତଙ୍କବାଦୀ ଆକ୍ରମଣ କରି ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ଜୈସ-ଇ-ମହମ୍ମଦ ।