ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ! ଆଇଡି ବିସ୍ଫୋରଣରେ ୪ ପୋଲିସ ସହିଦ, ୨ ଗୁରୁତର

41

ଜମ୍ମୁ କାଶ୍ମୀରରେ ବାରମୁଲାରେ ଆତଙ୍କବାଦୀ ଆକ୍ରମଣ । ସୋପୋର ଅଞ୍ଚଳରେ ଆଇଡି ବିସ୍ପୋରଣରେ ୪ ଜଣ ପୋଲିସ ସହିଦ ହୋଇଛନ୍ତି । ଏହି ଆକ୍ରମଣରେ ଦୁଇଜଣ ପୋଲିସ ଅଧିକାରୀ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଆହତ ପୋଲିସ ଅଧିକାରୀଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୋପରର ମୁଖ୍ୟ ବଜାରରେ ଆତଙ୍କବାଦୀ ମାନେ ଏହି ବିସ୍ପୋରଣ କରିଛନ୍ତି । ରିମୋଟ ସିଷ୍ଟମ ମାଧ୍ୟରେ ଏହି ବିସ୍ଫୋରଣ ଘଟାଇଛନ୍ତି ଆତଙ୍କବାଦୀ ।

13-jammu-terror-attack-latest-610ସୋପୋରର ମୁଖ୍ୟ ମାର୍କେଟର ଏକ ଦୋକାନରେ ଏହି ଆଇଇଡି ରଖାଯାଇଥଲା ବୋଲି ସୂଚନା ମିଳିଛି । ଏହା ଆତଙ୍କବାଦୀ ଷଡଯନ୍ତ୍ର ବୋଲି ପୋଲିସ କହିଛି । କାରଣ ସୋପରରେ ହେଉଥିବା ହରତାଳକୁ ନିୟନ୍ତ୍ରଣ କରିବାକୁ ପୋଲିସ ଯାଉଥିବା ବେଳେ ଏହି ବିସ୍ଫୋରଣ ହୋଇ୍ଥିଲା । ତେବେ ଏହି ବିସ୍ପୋରଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନଥିଲେ । ବିସ୍ଫୋରଣ ପରେ ଘଟଣାସ୍ଥଳରେ ସେନା, ଜମ୍ମୁକାଶ୍ମୀର ପୁଲିସ ଓ ସିଆରପିଏଫର ଅଧିକାରୀମାନେ ପହଂଚିଛନ୍ତି । ଏହାକୁ ଆତଙ୍କବାଦୀଙ୍କର ପୂର୍ବ ଷଡଯନ୍ତ୍ର ବୋଲି କୁହାଯାଉଛି ।ଏହି ବିସ୍ଫୋରଣ ପରେ ଜମ୍ମୁକାଶ୍ମୀର ପୁଲିସ ସହ ସେନା ବାରମୁଲା ସମେତ ସୌପୋର ଓ ଆଖପାଖ ଅଂଚଳରେ ତଲାସି ଅଭିଯାନକୁ ଜୋରଦାର କରିଛି ।

ଏହା ପୂର୍ବରୁ ନୂଆବର୍ଷର ଗୋଟିଏ ଦିନ ପୂର୍ବରୁ ଦକ୍ଷିଣ କାଶ୍ମୀର ସ୍ଥିତ ଅବନ୍ତିପୁରା ପୁଲୱାମାର ସିଆରପିଏଫ କ୍ୟାମ୍ପ ଭିତରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ତିନି ଜଣ ଆତଙ୍କବାଦୀ ରାତି ପ୍ରାୟ ୩ଟା ସମୟରେ କ୍ୟାମ୍ପରେ ପଶି ଆଖିବୁଜା ଗୁଳିଚାଳନା କରିଥିଲେ । ଏହି ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ । ତେବେ ସେନାର ପାଲଟା ଆକ୍ରମଣରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସେତେବେଳେ ଏହି ଆକ୍ରମଣ ପାଇଁ ଜୈସ-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା ।
ତେବେ ଏଭଳି ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନର ପ୍ରଚ୍ଛନ୍ନ ହାତ ରହିଛି ବୋଲି ଭାରତ ବାରମ୍ବାର ଅଭିଯୋଗ କରୁଛି । କାରଣ ସୀମାରେ ପାକିସ୍ତାନ ପଟରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ ହେଉଥିବା ବେଳେ ଏହି ସୁଯୋଗରେ ଆତଙ୍କବାଦୀ ମାନେ ଭାରତ ସୀମାରେ ପ୍ରବେଶ କରି ଆତଙ୍କୀ ହମଲା କରୁଛନ୍ତି ।