ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପଣ୍ଡ : ଜମ୍ମୁ ଖିମ୍ବେର ଅଂଚଳରେ ଏନକାଉଂଟର

30

କନକ ବ୍ୟୁରୋ : ସୀମାରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବିଫଳ ହୋଇଛି । ଅନୁପ୍ରବେଶ ଉଦ୍ୟମ ବେଳେ ୨ ଆତଙ୍କବାଦୀକୁ ନିହତ କରିଛନ୍ତି ସୁରକ୍ଷାକର୍ମୀ । ଜମ୍ମୁ କଶ୍ମୀର ଖିମ୍ବେରର ହଂଡୁରା ଅଂଚଳରେ ମଙ୍ଗଳବାର ସକାଳେ ଅନୁପ୍ରବେଶ ଉଦ୍ୟମ କରୁଥିଲେ ଆତଙ୍କବାଦୀ, ଏହି ସମୟରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଏନକାଉଂଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି ।

ସୁରକ୍ଷା କର୍ମୀ ସ୍ଥାନୀୟ ଅଂଚଳକୁ ସିଲ୍ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ମୃତ ଆତଙ୍କବାଦୀଙ୍କ ଠାରୁ ୨ଟି ଏକେ-୪୭ ଜତବ ହୋଇଛି । ମଙ୍ଗଳବାର ସକାଳେ ସ୍ଥାନୀୟ ଗାଁର ଏକ ଘରେ ଆତଙ୍କବାଦୀ ମାନେ ଲୁଚି ରହିଥିଲେ ।

ତେବେ ସୁରକ୍ଷା କର୍ମୀଙ୍କୁ ଦେଖିବା ପରେ ସେମାଦେ ପାୟାରିଂ ଆରମ୍ଭ କରିଥିଲେ । ଏହାର କଡା ଜବାବ ଦେଇଛନ୍ତି ସୁରକ୍ଷାକର୍ମୀ । ୨ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଏହା ସହ ସ୍ଥାନୀୟ ଅଂଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।