ରାୟଗଡା ଜିଲ୍ଲା କାଶିପୁର ବ୍ଲକରେ ଅଜଣା ରୋଗ ଆତଙ୍କ ! ୫ ମୃତ

24

କନକ ବ୍ୟୁରୋ : ରାୟଗଡା ଜିଲ୍ଲା କାଶିପୁର ବ୍ଲକରେ ଅଜଣା ରୋଗ ଆତଙ୍କ । ଗତ ୨ ସପ୍ତାହ ମଧ୍ୟରେ ଅଜଣା ରୋଗରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ହଠାତ ଲୋକଙ୍କ ଦେହରେ ଫୋଟକା ବାହାରିବା ପରେ ଦିନେ ଦୁଇଦିନ ଭିତରେ ଲୋକଙ୍କ ମୃତ୍ୟୁ ହୋଇଥିବେ କହିଛନ୍ତି ସ୍ଥାନୀୟ ଲୋକେ ।

ତେବେ ଆଜି ଏହି ଅଜଣା ରୋଗ ନେଇଛି ଆଉ ଜଣଙ୍କ ଜୀବନ । ହେଲେ ଏଯାଏଁ ଗାଁରେ ପ୍ରଶାସନ କି କୌଣସି ଡାକ୍ତରୀ ଦଳ ପହଂଚିନଥିବା ଅଭିଯୋଗ ହୋଇଛି । ଗାଁରେ ଜଣକ ପରେ ଜଣକ ମୃତ୍ୟୁକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଲୋକେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-