କାଶ୍ମୀର ଘାଟିରେ ପୁଣିଥରେ ଆତଙ୍କବାଦୀଙ୍କ ହିଂସାକାଣ୍ଡ !

28

କନକ ବ୍ୟୁରୋ : କାଶ୍ମୀର ଘାଟିରେ ପୁଣିଥରେ ଆତଙ୍କବାଦୀଙ୍କ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଗୁରୁବାର ସନ୍ଧ୍ୟାରେ ଶ୍ରୀନଗର ଜାହାଙ୍ଗୀର ଛକ ଠାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଆତଙ୍କବାଦୀ ମାନେ ଗ୍ରେନେଡ୍ ମାଡ୍ କରିଥିଲେ । ହେଲେ ଗ୍ରେନେଡ୍ ଆତଙ୍କବାଦୀଙ୍କ ପାଖରେ ହିଁ ଫାଟି ଯାଇଥିଲା । ଘଟଣାରେ ଜଣେ ଆତଙ୍କବାଦୀ ମୃତ୍ୟୁ ବରଣ କରିଥିବାବେଳେ ଜଣେ ଆତଙ୍କବାଦୀ ଏବଂ ୭ ଜଣ ନାଗରିକ ଆହତ ହୋଇଛନ୍ତି ।

ସିଆପିଏଫ୍ ଯବାନଙ୍କ ଆଡକୁ ଆତଙ୍କବାଦୀ ଜଣK ଗ୍ରେନେଡ୍ ପକାଇବାକୁ ଉଦ୍ୟମ କରୁଥିବାବେଳେ ଅଧା ବାଟରେ ଫାଟି ଯାଇଥିଲା । ଫଳରେ ଜଣେ ଆତଙ୍କବାଦୀ ସମେତ ୮ ଜଣ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିଛି ଦିନ ହେଲା ଆତଙ୍କବାଦୀଙ୍କ କାର୍ଯ୍ୟକଳାପ କାଶ୍ମୀର ଉପତ୍ୟକାରେ ବୃଦ୍ଧି ପାଇବାରେ ଲାଗିଛି । ଏହା ପୂର୍ବରୁ ଆତଙ୍କବାଦୀମାନେ ଜମ୍ମୁ ହାଇୱେ ସ୍ଥିତ କାଜୁଗୁନ୍ଦ ଠାରେ ସିଆପିଏଫ୍ କାମ୍ପ ଉପରେ ଗ୍ରେନେଡ୍ ଦ୍ୱାରା ଆକ୍ରମଣ କରିଥିଲେ । ଯେଉଁଥିରେ ୪ ଜଣ ସିଆପିଏଫ୍ କର୍ମଚାରୀ ଆହତ ହୋଇଥିଲେ ।