ପୁଣି ପୁଲୱାମାରେ ଆତଙ୍କୀ ହମଲା । ସିଆରପିଏଫ ଯବାନଙ୍କ ଗାଡ଼ି ଉପରକୁ କଲେ ଗ୍ରେନେଡ଼ ମାଡ଼, ଜଣେ ଯବାନ ଆହତ ।

224

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ପୁଣି ଏକ ଆତଙ୍କବାଦୀ ଆକ୍ରମଣ ଘଟିଛି। ପୁଲଓ୍ଵାମାସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ନିକଟରେ କିଛି ଆତଙ୍କବାଦୀ ସିଆରପିଏଫ୍ ଯବାନଙ୍କର ଏକ ଦଳ ଉପରକୁ ଗ୍ରେନେଡ୍ ମାଡ଼ କରିଥିବା ସୂଚନା ରହିଛି । ଏହି ଗ୍ରେନେଡ୍ ଆକ୍ରମଣରେ ଜଣେ ଯବାନ ଆହତ ହୋଇଛନ୍ତି। ଷ୍ଟେଟ୍ ବ୍ୟାଙ୍କକୁ ଯବାନମାନେ ଜଗିଥିବା ବେଳେ ଏହି ଆକ୍ରମଣ ଘଟିଛି।


ସେପଟେ ଆଜି ସକାଳୁ ଜମ୍ମୁ-କଶ୍ମୀରର ବନିହାଲ୍ ଜିଲ୍ଲାର ରାଜପଥରେ ଏକ କାର୍ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ସିଆରପିଏଫର ଉକ୍ତ ଗାଡ଼ିଟ ସାମାନ୍ୟ ପ୍ରଭାବିତ ହୋଇଥିଲା । ସକାଳ ପ୍ରାୟ ୧୦.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଗାଡ଼ି ଭିତରେ ଥିବା ଗ୍ୟାସ୍ ସିଲିଣ୍ଡର ହେତୁ ଏହି ବିସ୍ଫୋରଣ ହୋଇଥିବା ଜାଣିବାକୁ ମିଳିଥିଲା। ଏହି ଦୁର୍ଘଟଣାରେ ଜଣେ ସିଆରିଏଫ୍ ଯବାନ ଆହତ ହୋଇଥିବାବେଳେ କେହି ମୃତାହତ ହୋଇ ନାହାନ୍ତି ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଗତ ଫେବୃୟାରୀ ୧୪ ତାରିଖରେ ଘଟିଥିବା ପୁଲୱାମା ଆତଙ୍କୀ ହମଲାରରେ ୪୦ ଯବାନ ସହିଦ ହେବା ଘଟଣା ଦେଶବାସୀଙ୍କ ମନରୁ ନଲିଭୁଣୁ କିଛି ଦିନ ଅନ୍ତରରେ ସୀମାରେ ଆତଙ୍କବାଦୀମାନେ ପୁଣି ଆକ୍ରମଣ କରିବାରେ ଲାଗିଛନ୍ତି।