ଆମେରିକାରେ ଆତଙ୍କୀ ହମଲା ! ତୀବ୍ର ହେଲା ପାକିସ୍ତାନ ବିରୋଧୀ ସ୍ୱର

90

କନକ ବ୍ୟୁରୋ : ଚବିଶ ଘଂଟା ଭିତରେ ଆମେରିକାରେ ଦୁଇଟି ବଡ ଆତଙ୍କବାଦୀ ଆକ୍ରମଣ । ଆମେରିକାର ନିଦ ହଜାଇ ଦେଇଛି, ଦୋହଲାଇ ଦେଇଛି ଆମେରିକା ସୁରକ୍ଷା ବ୍ୟବସ୍ଥା । ୯/୧୧ ଆତଙ୍କବାଦୀ ଆକ୍ରମଣ ପରେ ଗତକାଲି ଆତଙ୍କି ହମଲାରେ ଆଠଜଣ ପ୍ରାଣ ହରାଇଥିଲେ ।ଡେନବର ଉପନଗରୀସ୍ଥିତ ଏକ ଓ୍ଵାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ । ଆତାତୟୀଙ୍କ ଗୁଳିରେ ତିନିଜଣ ମୃତ୍ୟୁବରଣ କରିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । କଲରାଡୋ ଅନ୍ତର୍ଗତ ଥର୍ଣ୍ଣଟନ ପୋଲିସ ପୀଡ଼ିତମାନଙ୍କର ସଂଖ୍ୟା ପ୍ରକାଶ କରିନାହିଁ କି, ଆକ୍ରମଣକାରୀଙ୍କୁ ହାଜତକୁ ନିଆଯାଇଛି କି, ନାହିଁ ସେ କଥା ମଧ୍ୟ ସ୍ପଷ୍ଟ କରିନାହିଁ। ଆହତଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛି ଆମେରିକା ପୋଲିସ ।

ଗତକାଲି ନ୍ୟୁୟର୍କର ଲୋୟର ମେନହଟନର ୱାଲଡ ଟ୍ରେଡ ସେଂଟର ମୋମୋରିଆଲ ନିକଟରେ ଏକ ଟ୍ରକ ଲୋକଙ୍କ ଉପରେ ଚଢିଯାଇଥିଲା । ଏଥିରେ ପ୍ରାୟ ୮ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଥିଲେ । ଆକ୍ରମଣ ପରେ ସନ୍ଦିଗ୍ଧ ଆତଙ୍କବାଦୀ ଫେରାର ପାଇଁ ଉଦ୍ୟମ କରୁଥିବା ସମୟରେ ପୋଲିସ ଗିରଫ କରିଥିଲା । ଦୁଇ ଦିନ ଭିତରେ ଦୁଇଟି ଆକ୍ରମଣ ଲୋକଙ୍କ ଚିନ୍ତା ବଢାଇଦେଇଛି ।ଟ୍ରକ ଚଢାଇ ଆଠ ଜଣଙ୍କୁ ମାରିଥିବା ଅଭିଯୁକ୍ତ ଉକ୍ସବେକିସ୍ତାନ ନାଗରିକ ବୋଲି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ କହିଛନ୍ତି । ଆତଙ୍କି ହମଲା କରିଥିବା ସଏଫୁଲୋ ସାଇପଭ ସମ୍ପର୍କରେ ଅନେକ ଚାଂଚଲ୍ୟକର ତଥ୍ୟ ମିଳିଛି । ହମଲା ପରେ ସାଇପଭ ଡାକ୍ତରଖାନାର ନିଜ ରୁମରେ ଆଇଏସଆଇଏସ ପତାକା ଝୁଲାଇଥିଲା । ବସକୁ ଧକ୍କା ଦେଇ ଦୁଇ ହାତରେ ଦୁଇଟି ବନ୍ଧୁକ ଧରି ଓହ୍ଳାଇବା ସମୟରେ ତା ପେଟରେ ଦୁଇଟା ଗୁଲି ବାଜିଥିଲା । ସେତେବେଳେ ଆରବି ଭାଷାରେ କହିଥିଲା, ‘ଆଲ୍ଲା ମହାନ’ । ମାରିବା ପରେ ଖୁସିଥିଲା ସାଇପଭ ।

ସରକାରୀ ଓଳିଲଙ୍କ କହିବାନୁସାରେ, ଆତଙ୍କୀ ହମଲା କରିବା ପାଇଁ ବର୍ଷେ ପୂର୍ବରୁ ଯୋଜନା କରିଥିଲା ଅଭିଯୁକ୍ତ । ତା ମୋବାଇଲରେ ଥିବା ୯୦ ଭିଡିଓ ଓ ୩୮୦୦ ଫଟୋ ଭିତରୁ ଅଧିକ ସର୍ବାଧିକ ଆଇଏସଆଇଏସ ସମ୍ବନ୍ଧୀୟ । ଏଫବିଆଇର ତଦନ୍ତକାରୀ ଅଧିକାରୀ ଅମ୍ବର ଟାଇରି କହିଛନ୍ତି, ସେ ଆଇଏସଆଇଏସର ଭିଡିଓ ଦେଖି ପ୍ରଭାବିତ ହେବା ସହ ଟ୍ରକ ମଡାଇମାରିବାକୁ ଦୁଇ ମାସ ଆଗରୁ ଯୋଜନା କରିଥିଲା । ସେ ଇଂଟରନେଟରୁ ବିଭିନ୍ନ ତଥ୍ୟଖୋଜିବା ସହ ଅକ୍ଟୋବର ୨୨ରେ ଗୋଟିଏ ଟ୍ରକ ଭଡାରେ ନେଇଥିଲା ।ସେପଟେ ଆତଙ୍କୀ ହମଲା ପରେ ଆମେରିକା ନେତା ଅଧିକ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ପାକିସ୍ତାନ ଆତଙ୍କବାଦୀଙ୍କ ଚରାଭୂଇଁ ପାଲଟିଛି । ପାକିସ୍ତାନରୁ ଆମେରିକା ଆସିବାକୁ ଚାହୁଁଥିବା ଲୋକମାନ ସୁଧୁରିବା ଦରକାର ବୋଲି ସେ କହିଛନ୍ତି ।

ସେହିପରି ଗତକାଲି ଆତଙ୍କ ହମଲା ରଚିଥିବା ଆଇଏସଆଇଏସ ପ୍ରଭାବିତ ଭଜବେକ ନାଗରିକର ଗ୍ରୀନ କାର୍ଡ ଲଟେରୀ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ରଷ୍ଟ୍ରପତି ଟ୍ରମ୍ଫ । କଂଗ୍ରେସ ମ।।ନ ପିଟର କିଂଗ କହିଛନ୍ତି ସବୁଠୁ ଅଧିକ ଆତଙ୍କବାଦୀ ଥିବା ଦେଶରୁ ଆସୁଥିବା ନାଗରିକ ମାନଙ୍କର ଅଧିକ ତଦନ୍ତ ହେବା ଦରକାର ଯେପରି କୌଣସି ଅଘଟଣ ଭବିଷ୍ୟତରେ ନଘଟେ । ସେପଟେ ପାକିସ୍ତାନକୁ କଡା ଚେତାବନୀ ଦେଇଛନ୍ତି ପିଟର କିଙ୍ଗ ।