ଜମ୍ମୁ-କଶ୍ମୀର ବାରମୂଲାରେ ଆତଙ୍କୀ ହମଲା : ୧୭ ଯବାନ ସହିଦ, ୧୯ ଗୁରୁତର

23

କନକ ବ୍ୟୁରୋ : ଜମ୍ମୁ-କଶ୍ମୀର ଉରି ସେକ୍ଟର ସେନା ମୁଖ୍ୟାଳୟରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଆକ୍ରମଣରେ ୧୭ଯବାନ ସହୀଦ ହୋଇଛନ୍ତି । ତେବେ ଯବାନଙ୍କ ପାଲଟା ଗୁଳିମାଡରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।

ଆଜି ସକାଳ ସାଢ଼େ ୫ଟା ବେଳେ ଡ୍ରୋଗା ରେଜିମେଂଟର ଯବାନ କ୍ୟାମ୍ପରେ ଶୋଇଥିବା ସମୟରେ ଆତଙ୍କବାଦୀଙ୍କ ଗୁଳି ଚାଳନା ଯୋଗୁଁ ତମ୍ବୁରେ ପ୍ରଥମେ ନିଆଁ ଲାଗିଯାଇଥିଲା । ଏହାପରେ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ୪ ଘଂଟା ପାଖାପାଖି ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ଜାରିରହିଥିଲା । ଶେଷରେ ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ନିହତ ହୋଇଥିଲେ ୪ ଜଣ ଆତଙ୍କବାଦୀ।

ପରିସ୍ଥିତିର ଗୁରୁତ୍ୱକୁ ନେଇ ଗୃହମନ୍ତ୍ରୀ ରାଜନାଥ ସିଂ ତାଙ୍କର ବିଦେଶ ଗସ୍ତକୁ ବାତିଲ କରିଛନ୍ତି । ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କ ସହ ସ୍ଥିତିର ସମୀକ୍ଷା କରିବା ପାଇଁ ଜରୁରିକାଳିନ ବୈଠକ ଡାକିଛନ୍ତି ରାଜନାଥ। ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର, ସେନାମୁଖ୍ୟ ଦଲବିର ସିଂହ, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଗୃହ ସଚିବ ରାଜୀବ ମହାର୍ଷୀ ଏବଂ ଡିଜି ସିଆରପିଏଫଙ୍କ ସମେତ ବହୁ ଅଧିକାରୀ ସାମିଲ ହୋଇଥିଲେ।

ତେବେ ଉରି ଆର୍ମି କ୍ୟାମ୍ପ ଉପରେ ହୋଇଥିବା ଆତଙ୍କବାଦୀକୁ ବର୍ତମାନ ସମୟରେ ଏକ ବଡ଼ଧରଣର ଆକ୍ରମଣ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏକକାଳୀନ ୧୭ ଜଣ ଯବାନ ପ୍ରାଣ ହରାଇଥିବା ବେଳେ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି । ଚଳିତବର୍ଷ ଜାନୁ@ûରୀ ମାସରେ ହୋଇଥିବା ପଠାନକୋର୍ଟ ହମଲାରେ ୭ ଜଣ ଯବାନ ସହିଦ ହୋଇଥିଲେ ।

ଯେତେବେଳେ ଆତଙ୍କାବାଦୀମାନେ ପଠାନକୋର୍ଟରେ ଥିବା ଏୟାର ବେସ୍ ଉପରେ ଆକ୍ରମଣ କରିଥିଲେ । ସେହିପରି ୨ ବର୍ଷ ପରେ ମୋହରା ଅଂଚଳରେ ପୁଣି ଏକ ବଡ଼ଧରଣର ଆକ୍ରମଣ ହୋଇଛି । ୨୦୧୪ ଡିସେମ୍ବର ୫ ତାରିଖରେ ଆଜି ଭଳି ଏକ ଆକ୍ରମଣ ହୋଇଥିଲା । ଏହି ଘଟଣାରେ ୧୦ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିଲେ।