ବ୍ରିଟେନକୁ ଆଇଏସର ଧମକ ! କହିଲା ଅଧିକ ହୋଇପାରେ ରକ୍ତପାତ

26

କନକ ବ୍ୟୁରୋ: ବ୍ରିଟେନରେ ଅଧିକ ରକ୍ତପାତ କରିବା ପାଇଁ ଆତଙ୍କବାଦୀ ଆଇଏସର ଧମକ । ବ୍ରିଟେନର ମାଂଚେଷ୍ଟର ଆତ୍ମଘାତି ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ସହ ଏଭଳି ଧମକ ଦେଇଛି ଆଇଏସ୍ । ନିଜର ସୋସିଆଲ ମିଡିଆ ଚ୍ୟାନଲେରେ ଏସମ୍ପର୍କରେ ବିବୃତି ଦେଇ ଆଇଏସ୍ କହିଛି ଏହି ରକ୍ତପାତ ଏଣିକି ବଢ଼ିବ ।

ଅନ୍ୟପଟେ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ କ୍ୟାବିନେଟର ଜରୁରି ବୈଠକ ଡକାଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଇସଲାମୀୟ ଉଗ୍ରବାଦରେ ଭୟଭୀତ ନହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଥେରେସା କହିଛନ୍ତି ଆଇଏସର ସମ୍ପୂର୍ଣ୍ଣ ବିଲୋପ ଘଟିବ । ନିରୀହ ଶିଶୁ ଓ ଲୋକମାନଙ୍କୁ ହତ୍ୟା କରିବା ଭୀରୁତାର ଲକ୍ଷଣ ।

ସୋମବାର ରାତିରେ ଆମେରିକା ଗାୟିକା ଏରିଆନା ଆନ୍ଦ୍ରେଙ୍କ ପପ୍ କନସର୍ଟ କାର୍ଯ୍ୟକ୍ରମରେ ବିସ୍ଫୋରଣରେ ଘଟିଥିଲା । ଏଥିରେ ୨୨ଜଣ ପ୍ରାଣ ହରାଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଥିଲେ