ସୁଧିରିବ ନାହିଁ ପାକିସ୍ତାନ ! ଗତକାଲି ପୁଣି ଥରେ ପାକିସ୍ତାନର ଅସ୍ତ୍ର ବିରୋଧୀ ଉଲଘଂନ, ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୩ ଆତଙ୍କବାଦୀ ମୃତ

29

କନକ ବ୍ୟୁରୋ : ସୁଧୁରିବାରେ ନା ନେଉନାହିଁ ପାକିସ୍ତାନ । ବାରମ୍ବାର ଭାରତର ସୀମାରେ ଅସ୍ତ୍ର ବିରୋଧୀ ଉଲଘଂନ କରିବାରେ ଲାଗିଛି । ଅନେକ ସମୟରେ ଏହି କାରଣରୁ ସାମୀରେ ଉତ୍ତେଜନା ଦଖୋଯାଉଛି । ତେବେ ମିଳିଥିବା ସୂଚନା ଅନୁସାରେ ଉତ୍ତର କଶ୍ମୀରରେ ପାକ୍ ଆତଙ୍କବାଦୀଙ୍କ ଏକ ବଡ଼ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷା ବାହିନୀ ପଣ୍ଡ କରିଦେଇଛନ୍ତି। ବାରମୁଳା ଏବଂ କୁପଓ୍ଵାଡ଼ା ଜିଲ୍ଲାରେ ନିୟନ୍ତ୍ରଣ ରେଖା ଅଂଚଳରେ ସୁରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ଗତକାଲି ୩ ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଆଜି ଆଉ ଜଣେ ଆତଙ୍କବାଦୀ ନିପାତ ହୋଇଛି।

ତେବେ ଆତଙ୍କବାଦୀଙ୍କୁ ଉଚିତ ଜବାବ ଦିଆଯାଇଛି ବୋଲି ଶ୍ରୀନଗରରେ ଭାରତୀୟ ସେନାର ପ୍ରବକ୍ତା କର୍ଣ୍ଣେଲ ରାଜେଶ କାଲିୟା କହିଛନ୍ତି ଯେ ବାରମୁଳା ଜିଲ୍ଲାର କସ୍ତୁରି ନାର୍ ଅଂଚଳରେ ନିୟନ୍ତ୍ରଣ ରେଖା ରାସ୍ତା ଦେଇ କିଛି ପାକ୍ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିଲେ। ସେମାନଙ୍କ ଗତିବିଧି ଠାବ ହେବାମାତ୍ରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏବେ ଏହି ଅଂଚଳରେ ବଡ଼ ଧରଣର ତଲାସି ଅଭିଯାନ ଜାରି ରହିଛି। କୁପ୍ଓ୍ଵାଡ଼ା ଏବଂ ହନ୍ଦଓ୍ଵାଡ଼ାରେ ସ୍ଥାନୀୟ ପୁଲିସ ଏବଂ ୩୦ ରାଷ୍ଟ୍ରୀୟ ରାଇଫଲ୍ସ ପକ୍ଷରୁ ଚାଲିଥିବା ଅଭିଯାନ ବେଳେ ଜୈଶ ଆତଙ୍କବାଦୀ ସଂଗଠନକୁ ସହାୟତା ପହଞ୍ଚାଉଥିବା ୨ ଜଣଙ୍କୁ ଗିରଫ କରାଯାଇଛି। ନିୟନ୍ତ୍ରଣ ରେଖା ଅଂଚଳରେ ଲଗାତାର ଅନୁପ୍ରବେଶ ଉଦ୍ୟମ ଚାଲିଥିବା ବେଳେ ସୁରକ୍ଷା ବନ୍ଦୋବସ୍ତ କଡ଼ାକଡ଼ି କରାଯାଇଛି। ଭିନ୍ନ ଭିନ୍ନ ଅଂଚଳରେ ଏକସମୟରେ ଅନୁପ୍ରବେଶ ଉଦ୍ୟମ ହେଉଥିବା ଜଣାପଡ଼ିଛି। ପାକିସ୍ତାନ ସେନାର ସହାୟତାରେ ତାଲିମପ୍ରାପ୍ତ ଲସ୍କର ଓ ଜୈସ୍ ଆତଙ୍କବାଦୀ ଭାରତରେ ପଶିବାକୁ ଚେଷ୍ଟା ଚଳାଇଛନ୍ତି।