ବିପିୟୁଟି ଛାତ୍ରଙ୍କ ଗୁଣ୍ଡାଗିରି! ପରୀକ୍ଷା ଘୁଞ୍ଚାଇବା ଦାବିରେ କୁଳପତିଙ୍କ ବାସଭବନରେ ଭଙ୍ଗାରୁଜା

31

କନକ ବ୍ୟୁରୋ: ବିପିୟୁଟି ଛାତ୍ରଙ୍କ ଗୁଣ୍ଡାଗିରି । ଧାରଣା ଦେବା ବାହାନାରେ ବିପିୟୁଟି କୁଳପତି ଦାୟୀତ୍ୱରେ ଥିବା ସଜଂୟ ସିଂଙ୍କ ବାସଭବନ ଭିତରେ ପଶି ଭଙ୍ଗାରୁଜା ଅଭିଯୋଗ । ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ଦାବିରେ ଗତ ସନ୍ଧ୍ୟାରେ କିଛି ଛାତ୍ର ସଂଜୟ ସିଂଙ୍କ ସରକାରୀ ବାସଭବନ ଆଗରେ ଧାରଣା ଦେଇଥିଲେ । ପରେ ଜବରଦସ୍ତ ଗେଟ ଭିତରେ ପଶି ଭଂଗାରୁଜା କରିଥିଲେ । ଉତ୍ୟକ୍ତ ଛାତ୍ରଙ୍କୁ ଆୟତ କରିବାକୁ ଯାଇ ପୋଲିସ ଲାଠି ଚାର୍ଜ କରିଥିବା ଅଭିଯୋଗ ହୋଇଛି । ପରେ ଗଣ୍ଡୋଗୋଳ କରିଥିବା ୬ ଜଣ ଛାତ୍ରକୁ କ୍ୟାପିଟାଲ ଥାନାରେ ଅଟକ ରଖିଛି ପୋଲିସ ।

ସୂଚନା ମୁତାବକ, ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ଦାବି ନେଇ ମଙ୍ଗଳବାର ସନ୍ଧ୍ୟାରେ ବିପିୟୁଟି ଛାତ୍ରଛାତ୍ରୀମାନେ ଭଙ୍ଗାରୁଜା କରିଛନ୍ତି। ଉତ୍ୟକ୍ତ ଛାତତ୍ରଛାତ୍ରୀମାନେ କୁଳପତିଙ୍କ ଘର ଗେଟ୍ ଭାଙ୍ଗି ପ୍ରବଳ ଭଙ୍ଗାରୁଜା କରିଛନ୍ତି । ସୂଚନା ମିଳିବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି ।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, କେତେକ ପିଲା ବିକ୍ଷୋଭ କରୁଥିଲେ। ପୁଲିସ ସେମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛି । ଏପରିସ୍ଥିତି ନିୟନ୍ତ୍ରଣରେ ରହିଛି । ଘଟଣା ଉପରେ ପୁଲିସ ନଜର ରଖିଛି ।