ମହଙ୍ଗା ପଡିଲା ଗୁଣ୍ଡାଗିରି ! ଜାମିନି ଖାରଜ ପରେ ଜେଲ ଗଲେ ବିପିୟୁଟିର ଗଣ୍ଡଗୋଳକାରୀ ୮ ଛାତ୍ର

17

କନକ ବ୍ୟୁରୋ: ମହଙ୍ଗା ପଡିଲା ଗୁଣ୍ଡାଗିରି । ଜେଲ ଗଲେ ବିପିୟୁଟି ଛାତ୍ର । ଜାମିନ ଖାରଜ ହେବା ପରେ ଝାରପଡା ଜେଲ ଯାଇଛନ୍ତି ଗଣ୍ଡଗୋଳକାରୀ ୮ଜଣ ଛାତ୍ର । ମଙ୍ଗଳବାର ସନ୍ଧ୍ୟାରେ ଧାରଣା ଦେବା ବାହାନାରେ ବିପିୟୁଟି କୁଳପତି ଦାୟୀତ୍ୱରେ ଥିବା ସଜଂୟ ସିଂଙ୍କ ବାସଭବନ ଭିତରେ ପଶି ଭଗାଂରୁଜା କରିବା ଅଭିଯୋଗରେ ପୋଲିସ ୮ଜଣ ଛାତ୍ରଙ୍କୁ ଗିରଫ କରିଥିଲା କ୍ୟାପିଟାଲ ଥାନା ପୋଲିସ୍ ।

ସେମିଷ୍ଟାର ପରୀକ୍ଷା ଘୁଚାଂଇବା ଦାବିରେ କିଛି ଛାତ୍ର ସଂଜୟ ସିଂଙ୍କ ସରକାରୀ ବାସଭବନ ଆଗରେ ଧାରଣା ଦେଇଥିଲେ । ପରେ ଜବରଦସ୍ତ ଗେଟ ଭିତରେ ପଶି ଭଂଗାରୁଜା କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏପରିକି ଉତ୍ୟକ୍ତ ଛାତ୍ରଙ୍କୁ ଆୟତ କରିବାକୁ ଯାଇ ପୋଲିସ ଲାଠି ଚାର୍ଜ କରିଥିବା ପାଲଟା ଅଭିଯୋଗ କରିଥିଲେ ଛାତ୍ର ।