ଅଶାନ୍ତ ଭାରତ-ପାକ ସୀମା : ସର୍ଜିକାଲ ଆଟାକ ପରେ ପାକିସ୍ତାନର ୯ ଥର ଅସ୍ତ୍ରବିରତି ଉଲ୍ଲଂଘନ

18

କନକ ବ୍ୟୁରୋ : ସର୍ଜିକାଲ ଷ୍ଟ୍ରାଇକ ପରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ପାକିସ୍ତାନ । ଗତ ୪୮ଘଂଟା ମଧ୍ୟରେ ୯ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକ୍ । ତେବେ ଏହାର କଡା ଜବାବ ଦେଇଛନ୍ତି ଭାରତୀୟ ସେନା । ଗତକାଲି ଅପରାହ୍ନରେ ଅଖନୁର୍ ସେକ୍ଟରର ପଲନୱାଲ, ଜିଗରିୟାଲ ଓ ଚାନି ଅଂଚଳରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ।

ଏହାସହ ମଙ୍ଗଳବାର ସକାଳୁ ନୌଶେରା ସେକ୍ଟରର ୩ଟି ଅଂଚଳରେ ମଧ୍ୟ ପାକିସ୍ତାନ ଗୁଳିମାଡ କରିଥିଲା । ଏଥିସହ ମୋର୍ଟାର ଆକ୍ରମଣ କରିଥିଲା ପାକିସ୍ତାନ । ଏହାର କଡା ଜବାବ ଦେଇଛି ଭାରତୀୟ ସେନା । ସୋମବାର ଦିନ ମଧ୍ୟ କଶ୍ମୀରର ପୁଂଛ ଅଂଚଳରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା । ପୁଂଛ ସେକ୍ଟରର ଶାହପୁର, କ୍ରୀଷ୍ଣଗଟି, ମଣ୍ଡି ଓ ସଜ୍ଜିୟା ଅଂଚଳରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା ପାକିସ୍ତାନ ।