ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଉତେଜନା: ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳା ଓ ଶିଶୁର ମୃତ୍ୟୁ ଅଭିଯୋଗ

33

କନକ ବ୍ୟୁରୋ: ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଉତେଜନା । ସ୍ଥାନୀୟ ମାଲଗୋଦାମ ବସ୍ତିର ଜଣେ ଗର୍ଭବତୀ ମହିଳା ପ୍ରସୂତି ପାଇଁ ଆସିଥିବା ବେଳେ ଉଭୟ ପ୍ରସୂତି ଓ ଗର୍ଭସ୍ଥ ଶିଶୁର ମୃତ୍ୟୁକୁ ନେଇ ଉତେଜନା ଦେଖାଦେଇଛି । ଗତକାଲି ରାତି ସାଢେ ୧୧ଟା ବେଳେ ମାଲଗୋଦାମ ବସ୍ତିର ହରିଶ ଚନ୍ଦ୍ର ପାତ୍ରଙ୍କ ପତ୍ନୀ ଭାମା କିଷାନଙ୍କୁ ଡାକ୍ତରଖାନା ଅଣାଯାଇଥିଲା ।

ତେବେ ଏହାର କିଛି ସମୟ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା । ଚିକିତ୍ସାରେ ଅବହେଳା ଅଭିଯୋଗ କରିଛନ୍ତି ପରିବାରଲୋକେ ।ଏହାକୁ ନେଇ ଡାକ୍ତରଖାନାରେ ଉତେଜନା ଦେଖାଦେଇଥିବାରୁ ଡାକ୍ତରଖାନାରେ ୧ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ନିଲମ୍ବନ କରିବା ସହ ଉଚ୍ଚସ୍ତରୀୟ ଦାବିରେ ପରିବାର ଓ ସ୍ଥାନୀୟ ଲୋକେ ହୋହାଲ୍ଲା କରିଛନ୍ତି ।