ସିବିଏସ୍ଇ ଅଫିସ୍ ଆଗରେ ଉତ୍ତେଜନା : ମାନବ ସମ୍ବଳମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲେ ଛାତ୍ର କଂଗ୍ରେସ କର୍ମୀ

37

କନକ ବ୍ୟୁରୋ : ସିବିଏସ୍ଇ କାର୍ଯ୍ୟାଳୟ ଆଗରେ ଉତ୍ତେଜନା । କେନ୍ଦ୍ର ମାନବ ସମ୍ବଳମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ କୁଶପୁତ୍ତଳିକା ଦାହ କଲେ ଛାତ୍ର କଂଗ୍ରେସ କର୍ମୀ । ଅଫିସ୍ ଭିତରକୁ ଧସେଇ ପଶିବାକୁ ଉଦ୍ୟମ । ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି ।

ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳରେ ତ୍ରୁଟି ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଜୋରଦାର ହୋଇଛି । ସେପଟେ ମାମଲାର ଅନୁଧ୍ୟାନ ପାଇଁ ସିବିଏସ୍ଇର ଟିମ ଭୁବନେଶ୍ୱର ଆସିଛନ୍ତି । ପରୀକ୍ଷାଫଳ ତ୍ରୁଟି ନେଇ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ସିବିଏସ୍ଇର ଭୁବନେଶ୍ୱର ଜୋନର ଆସିଷ୍ଟାଂଟ ସେକ୍ରେଟାରୀ ଜଗବନ୍ଧୁ ପ୍ରଧାନ କହିଛନ୍ତି । ଆସନ୍ତା ୧୫ ଦିନ ଭିତରେ ସବୁ ସମସ୍ୟାର ସମାଧାନ ହେବ ।

ଏହା ସହ ଦେଖନ୍ତୁ ଏହି ଭିଡ଼ିଓ –