ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ! ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ବ୍ୟାପକ ପୁଲିସ ଫୋର୍ସ ମୁତୟନ

20

କନକ ବ୍ୟୁରୋ: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା । ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ହୋଇଛି ଜୋରଦାର ଗଣ୍ଡଗୋଳ । ଶନିବାର ରାତିରେ ‘କ୍ରତୁ ହଲ ଅଫ ରେସିଡେନ୍ସ’ ର କିଛି ଛାତ୍ର ‘ମରିଚି ହଲ ଅଫ ରେସିଡେନ୍ସ’ରେ ପ୍ରବେଶ କରି ଜଣେ ଛାତ୍ରଙ୍କୁ ମାଡ଼ ମାରିଥିଲେ । ଘଟଣାକୁ ନେଇ ମରିଚି ହଷ୍ଟେଲରେ ଉତ୍ତେଜନା ଦେଖା ଦେଇଥିଲା । ପ୍ରତିବାଦରେ ଛାତ୍ରମାନେ ମୁଖ୍ୟ ରାସ୍ତାକୁ ଓହ୍ଲାଇ ପାଟିତୁଣ୍ଡ କରିଥିଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଂଚିବା ପରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ମୃଦୁ ଲାଠି ଚାଳନା କରିଥିଲା । ବିଶ୍ୱବିଦ୍ୟାଳୟରେ ଚାଲିଥିବା ବସନ୍ତ ଉତ୍ସବକୁ ମଧ୍ୟ ଅଧାରୁ ବନ୍ଦ କରି ଦିଆଯାଇଥିଲା । ଏହାପରେ ଛାତ୍ରମାନେ ହଷ୍ଟେଲ ପରିସରରେ ରହି ପାଟିତୁଣ୍ଡ କରିଥିଲେ । ଦୁଇ ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ପଥର ପିଙ୍ଗାଫିଙ୍ଗି ମଧ୍ୟ ହୋଇଥିଲା । ପରିସ୍ଥିତି ଉତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।