ସମ୍ବଲପୁର ରେଙ୍ଗାଲୀ ଟୋଲ ଗେଟରେ ଉତ୍ତେଜନା ! ଟୋଲ ଫି ଆଦାୟ ନେଇ ଧାରଣାରେ ସ୍ଥାନୀୟ ବାସିନ୍ଦା

27

କନକ ବ୍ୟୁରୋ: ଟୋଲ ଗେଟରେ ଫି ଆଦାୟ ନେଇ ଉତ୍ତେଜନା । ସମ୍ବଲପୁର ରେଙ୍ଗାଲୀ ସ୍ଥିତ ଟୋଲଗେଟରେ ଉତ୍ତେଜନା ଦେଖାଦେଇଛିି । ଟୋଲ ଫିକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଯେଉଁଥି ପାଇଁ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି ।

ପରସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରଶାସନ ସହିତ ଆଲୋଚନା ବିଫଳ ହେବାରୁ ଧାରଣାରେ ବସିଛନ୍ତି ଜନସାଧାରଣ । ଫଳରେ ଉଭୟ ପାଶ୍ୱର୍ରେ ଅଟକିି ରହିଛି ଶହ ଶହ ଗାଡ଼ି । ଯେଉଁଥି ପାଇଁ ଲୋକମାନେ ଯାତାୟତ କରିବା ପାଇଁ ହଇରାଣ ହେଉଥିବା ଦେଖିବାକୁ ମିଳିଛି ।