ଗଣତନ୍ତ୍ର ଦିବସରେ ହେଲା ନାହିଁ ପରେଡ । ଔପଦାରେ ବିଡିଓଙ୍କୁ ଅଟକ ରଖିଲେ ସ୍ଥାନୀୟ ବାସିନ୍ଦା

3

କନକ ବ୍ୟୁରୋ : ଆଜି ସାଧାରଣତନ୍ତ୍ରଦିବସ ପାଇଁ ସାରା ରାଜ୍ୟ ଉତ୍ସବମୁଖର ହୋଇଥିବା ବେଳେ ଔପଦାରେ ଅଘଟଣ ଦେଖିବାକୁ ମିଳିଛି । ପରେଡ ନ ହେବାରୁ ବିଡିଓ ଅଟକ । ସାଧାରଣତନ୍ତ୍ର ଦିବସରେ ପରେଡ୍ ନହେବାରୁ ବିଡିଓଙ୍କୁ ଘେରିଲେ ସ୍ଥାନୀୟ ଲୋକ । ଏପରି ଅଭାବନୀୟ ଘଟଣା ଦେଖିବାକୁ ବାଲେଶ୍ୱର ଜିଲ୍ଲା ଔପଦାରେ ।

ଗଣତନ୍ତ୍ର ଦିବସରେ ପରେଡ ନହେବାରୁ ଦେଖା ଦେଇଥିଲା ଉତେଜନା । ଏହି ଘଟଣାକୁ ନେଇ ବିଡିଓଙ୍କୁ ଦାୟୀ କରିଥିଲେ ସ୍ଥାନୀୟ ବାସିନ୍ଦା । ଆଉ ବିଡିଓଙ୍କୁ ଅଟକ ରଖିବା ସହ ସ୍ଥାନୀୟ ଅଂଚଳର ବରିଷ୍ଠ ନାଗରିକ ପତାକା ଉତୋଳନ କରିଥିଲେ ।

ତେବେ କାହିିଁକି ପରେଡ ହୋଇନଥିଲା ତାର ସ୍ପଷ୍ଟ କାରଣ ଜଣାପଡିନାହିଁ । ଏହି ଘଟଣାକୁ ନେଇ ପରିସ୍ଥିତି ଅଣାୟତ ହୋଇପଡିଥିଲା । ଉତ୍ୟକ୍ତ ଲୋକେ ବିଡିଓଙ୍କୁ ଘେରି ରହିବା ସହ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥିଲେ ।

Comments are closed.