ପୁଣି ଅଶାନ୍ତ ହେଲା ଭଦ୍ରକ ! ଧାମନଗରରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା

32

କନକ ବ୍ୟୁରୋ: ଭଦ୍ରକର ଧାମନଗରରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ଧାମନଗରରେ ଦେଖା ଦେଇଥିବା ଚାପା ଉତ୍ତେଜନା ଯେକୌଣସି ମୂହୁର୍ତ୍ତରେ ବିସ୍ଫୋରକ ରୂପ ନେଇପାରେ । ଏପରି ଆଶଙ୍କା କରି ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଧାମନଗରରେ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଧାମନଗରରେ ସହରରେ ଆଜି ପୋଲିସ ଫୋର୍ସ ଫ୍ଲାଗ ମାର୍ଚ୍ଚ କରିଛନ୍ତି । ଅନ୍ୟପଟେ ଉଭୟ ଗୋଷ୍ଠୀର ୨ ଜଣଙ୍କୁ ଅଟକ ରଖାଯାଇଛି । ପୁରା ସ୍ଥିତି ଉପରେ ନଜର ରଖିଛନ୍ତି ଭଦ୍ରକ ଏସପି ଅନୁପ ସାହୁ ।

ଉଲ୍ଲେଖଯୋଗା କି, ପୂର୍ବରୁ ବି ସୋସିଆଲ୍ ମିଡିଆରେ ରାମ, ସୀତା ଓ ହନୁମାନଙ୍କୁ ନେଇ ଆପତ୍ତିଜନକ ପୋଷ୍ଟ ନେଇ ଅଶାନ୍ତ ହୋଇପଡିଥିଲା ଭଦ୍ରକ । ଯେଉଁଥିପାଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ସହିତ ଜିଲ୍ଲାର ସମସ୍ତ ସ୍କୁଲ୍, କଲେଜ୍ ବନ୍ଦ କରିଦିଆଯାଇଥିଲା । ଏପରିକି ସହରରେ ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି ହେବା ସହିତ କର୍ଫ୍ୟୁ ମଧ୍ୟ ଘୋଷଣା କରାଯାଇଥିଲା ।