ଭୁବନେଶ୍ୱର ଏମ୍ସରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା ! ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ମାଡ ମାରିଥିବା ଅଭିଯୋଗ, ଥାନାରେ ଏତଲା

21

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସରେ ଉତ୍ତେଜନା । ରୋଗୀ ମୃତ୍ୟୁକୁ ନେଇ ଏମ୍ସରେ ଉତ୍ତେଜନା ଦେଖାଦେଇଛି । ରୋଗୀଙ୍କ ସମ୍ପର୍କୀୟଙ୍କ ସହ ମୁହାଁମୁହିଁ ହୋଇଛନ୍ତି ଡାକ୍ତର । ରୋଗୀଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ମାଡ ମାରିଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ନେଇ ରାତି ପ୍ରାୟ ୨ଟାରେ ଏମ୍ସର ଏମର୍ଜେନ୍ସି ୱାର୍ଡରେ ଆଡମିସନ୍ ନେଇଥିଲେ ଭୁବନେଶ୍ୱର ଛୋଟରାୟପୁର ଅଂଚଳରେ ଜଣେ ରୋଗୀ । ତେବେ ଅକସିଜେନ୍ ନମିଳିବାରୁ ରୋଗୀଙ୍କ ସମ୍ପର୍କୀୟ, ନାଇଟ୍ ଡ୍ୟୁଟିରେ ଥିବା କର୍ମଚାରୀଙ୍କୁ ପଚାରିଥିଲେ । ତେବେ ଉପସ୍ଥିତ ଥିବା ଡାକ୍ତର ଚେୟାର ଉଠାଇ ତାଙ୍କୁ ମାଡ ମାରିଥିବା ରୋଗୀଙ୍କ ପୁଅ ଅଭିଯୋଗ କରିଛନ୍ତି ।

ଏ ନେଇ ସେ ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଛି । ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ସମ୍ପର୍କୀୟ । ଉତେଜନାକୁ ଦୃଷ୍ଟିରେ ରଖି ୧ ପ୍ଲାଟନ୍ ପୋଲିସ ମୁତୟନ କରାଯାଇଛି ।