ଆତଙ୍କବାଦୀଙ୍କ ପୁଣି ଏକ ବର୍ବରତା ! ୧୦ ବର୍ଷର ନାବାଳିକାକୁ କଲେ ମାନବ ବୋମା

29

ନାଇଜେରିଆରେ ଆତଙ୍କବାଦୀଙ୍କ ବର୍ବରତାର ଅନ୍ୟ ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ନୂଆବର୍ଷର ପୂର୍ବ ଦିନ ନାଇଜେରିଆର ଉତ୍ତର-ପୂର୍ବ ସହର ମୈଦୁଗୁରିରେ ଆତଙ୍କବାଦ ପକ୍ଷରୁ ଆତ୍ମଘାତୀ ବିସ୍ଫୋରଣ କରାଯାଇଥିଲା । ଯଦିଓ ଏହି ବିସ୍ଫୋରଣ ବେଶି କେହି ମୃତାହତ ହୋଇ ନଥିଲେ । ବର୍ତ୍ତମାନ ଏହି ଘଟଣାକୁ ନେଇ ଏକ ଚାଂଚଲ୍ୟକର ତଥ୍ୟ ପଦାକୁ ଆସିଛି । ଯାହାକୁ ଶୁଣିଲେ ଆପଣ ହତଚକିତ ହୋଇଯିବେ ।

ତେବେ, ନାଇଜେରିଆର ମୈଦୁଗୁରିଠାରେ ହୋଇଥିବା ବିସ୍ଫୋରଣରେ ଆତଙ୍କିମାନେ ଜଣେ ୧୦ ବର୍ଷର ନାବାଳିକାକୁ ମାନବବୋମା ରୂପେ ବ୍ୟବହାର କରିଥିବାର ସୂଚନା ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଦୁର୍ଘଟଣା ଦିନ ପାଖାପାଖି ୧୦ ବର୍ଷର ଜଣେ ନାବାଳିକା ଲୋକମାନେ କିଣାକିଣି କରୁଥିବା ଭିଡ ମଧ୍ୟରେ ପ୍ରବେଶ କରିଥିଲା ଆଉ ପରେ ପରେ ସେ ନିଜକୁ ଉଡେଇ ଦେଇଥିଲା ।

ଯଦିଓ, ଏହି ବିସ୍ଫୋରଣକୁ ନେଇ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହିଁ । ତଥାପି ଏହି ବିସ୍ଫୋରଣ ପଛରେ ବୋକୋ ହରମ ନାମକ ଏକ ଆତଙ୍କବାଦ ସଂଗଠନର ହାତଥିବା ସନ୍ଦେହ କରାଯାଇଛି । କାରଣ ଏହି ସଂଗଠନ ମହିଳ । ଓ ଶିଶୁମାନଙ୍କୁ ବିଭିନ୍ନ ବିସ୍ଫୋରଣରେ ବ୍ୟବହାର କରିଥାଏ ।