ଭାରତ ଦର୍ଶନ ବେଳେ କିଛି ଛାଡି ଯାଇଛନ୍ତି କି? ଆସନ୍ତୁ ବୁଲିଯିବା କିଛି ଅଦ୍ଭୂତ ମନ୍ଦିର

5

ଭାରତୀୟଙ୍କର ଭଗବାନଙ୍କ ପ୍ରତି ରହିଛି ଢେର୍ ଆସ୍ଥା। ରହିଛି ଅନେକ ବିଶ୍ୱାସ। ଏପରି ବି ଦେଖାଯାଇଛି ଯେ ସୀମା ଟପିଯାଇଛି ସବୁ ପ୍ରକାରର ଭକ୍ତି। ଭକ୍ତମାନେ ଏଭଳି ସବୁ ମନ୍ଦିର ନିର୍ମାଣ କରିଛନ୍ତି ଯାହାକି ବର୍ତମାନ ଆଶ୍ଚର୍ଯ୍ୟର କେନ୍ଦ୍ରବିନ୍ଦୁ ପାଲଟିଛି। ଦେଖନ୍ତୁ ଭାରତର ଏଭଳି କିଛି ମନ୍ଦିର।

1389184863-113ସୋନିଆ ଗାନ୍ଧୀଙ୍କ ମନ୍ଦିର : କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଏହି ମନ୍ଦିର ତେଲେଂଗାନାର ମହବୁବାନଗରରେ ରହିଛି। ତେଲେଂଗାନାର ଦେବୀ ଭାବେ ଶଙ୍କର ରାଓ ଏହାକୁ ନିର୍ମାଣ କରିଛନ୍ତି। ପ୍ରତିଦିନ ଏଠାରେ ସୋନିଆଙ୍କର ପୂଜା ହୁଏ।


t4ଭାରତମାତା ମନ୍ଦିର
:ବାରଣାସୀରେ ରହିଛି ଏଭଳି ଏକ ମନ୍ଦିର। ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ସମର୍ପିତ ଏହି ମନ୍ଦିର। ଦେଶର ବିଭାଜନ ପୁର୍ବରୁ ନିର୍ମାଣ ହୋଇଥିଲା ଏହି ମନ୍ଦିର।

t8ଅମିତାଭ ମନ୍ଦିର : ବିଗ୍ ବି ଅମିତାଭ ବଚ୍ଚନଙ୍କ ପ୍ରତିମୁର୍ତିକୁ ଏଠାରେ ପୂଜା କରାଯାଏ। କଲିକତାରେ ରହିଛି ଏହି ମନ୍ଦିର।

କୁକୁର ମନ୍ଦିର : ଚନ୍ନାପତ୍ନାଠାରେ ରହିଛି ଏହି ମନ୍ଦିର। କୁକୁରକୁ ଘରର ଅଭିଭାବକ ମାନି ଏହି ମନ୍ଦିରର ନିର୍ମାଣ କରାଯାଇଛି।

t2ନିହାଲ ସିଂ ଗୁରୁଦ୍ୱାର : ଜଳନ୍ଧର—ଭିସା ପାଇବାକୁ ଚାହୁଁଥିବା ବ୍ୟକ୍ତି ଏହି ମନ୍ଦିରରେ ଖେଳଣା ବିମାନକୁ ପୁଜାର୍ଚ୍ଚନା କରିଥାନ୍ତି। ପୁଜା କରିସାରିବା ପରେ ସେହି ଖେଳଣା ବିମାନକୁ ସେହି ମନ୍ଦିରରେ ହିଁ ଭକ୍ତ ଦେଇଥାନ୍ତି।

t11ସଚିନ ମନ୍ଦିର : ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଫ୍ୟାନମାନେ ଏହି ମନ୍ଦିରର ନିର୍ମାଣ କରାଯାଇଛି। କ୍ରିକେଟର ଭଗବାନ ଭାବେ କୁହାଯାଉଥିଲେ ବି ଏଠାରେ କିନ୍ତୁ ବାସ୍ତବରେ ତାଙ୍କୁ ଭଗବାନ ଆଖ୍ୟା ଦେଇ ପୁଜା କରାଯାଏ। ଅଟରବାଲିଆରେ ଏହି ମନ୍ଦିର ରହିଛି।

t12ଓମ୍ ବାନା ମନ୍ଦିର : ଯୋଧପୁରରେ ରହିଛି ଏହି ମନ୍ଦିର। ଯେଉଁଠାରେ ଏକ ୩୫୦ ସିସିର ବୁଲେଟକୁ ପୂଜା କରାଯାଏ।

t15ପେରୁଭିରୁତି ମନ୍ଦିର : ଏହି ମନ୍ଦିରରେ ମହାଭାରତର କଳଙ୍କିତ ନାୟକ ଦୁର୍ଯୋଧନଙ୍କର ପୂଜା କରାଯାଏ। କେରଳର ପୋରୁଭାଜିରେ ରହିଛି ଏହି ମନ୍ଦିର।

କାଳଭୈରବ ମନ୍ଦିର : ଉଜ୍ଜୟିନୀରେ ରହିଛି ଏହି ମନ୍ଦିର। ଏଠାରେ ପ୍ରସାଦ ଭାବରେ ଭକ୍ତଙ୍କୁ ମଦ ଦିଆଯାଏ। ଭକ୍ତମାନେ ବି ପ୍ରସାଦରେ ମଦ ହିଁ ଲଗାଇଥାନ୍ତି।

ଦିଗମ୍ବେଶ୍ୱର ମନ୍ଦିର : ଛୋଟପିଲାମାନଙ୍କୁ ଏଠାରେ ଏକ ଉଚ୍ଚ ବାଲକୋନିରୁ ଫିଂଗାଯାଇଥାଏ। ବକ୍ତଙ୍କର ବିଶ୍ୱାସ ରହିଥାଏ ଯେ ଏହାଦ୍ୱାରା ଶିଶୁମାନେ ଦୁରାେରୋଗ୍ୟ ରୋଗରୁ ମୁକ୍ତି ପାଇପାରିବେ।

Comments are closed.