କନକ ନ୍ୟୁଜ୍ ପ୍ରଭାବ :୧୦ ଟଙ୍କିଆ ମୁଦ୍ରା ନେବାକୁ ବ୍ୟାଙ୍କ ମନା କରିବା ଖବର ପ୍ରସାରଣ ପରେ କର୍ତ୍ତୃପକ୍ଷ ନେଲେ ୟୁ ଟର୍ଣ୍ଣ

31

କନକ ବ୍ୟୁରୋ : ୧୦ ଟଙ୍କିଆ ମୁଦ୍ରା ନେବାକୁ ଅମଙ୍ଗ ହେଉଥିବା ବ୍ୟାଙ୍କ କର୍ତ୍ତୃପକ୍ଷ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ୧୦ ଟଙ୍କିଆ କଏନ୍ ନେବା ପାଇଁ ରାଜି ହୋଇଛନ୍ତି । ଆଜିଠାରୁ ୧୦ ଟଙ୍କିଆ କଏନ ନେବା ଆରମ୍ଭ କରିଛନ୍ତି । ଏଭଳିକି ୧୦ ଟଙ୍କିଆ କଏନ ଯଦି କୌଣସି ବ୍ୟାଙ୍କ କର୍ମଚାରୀ ଗ୍ରହଣ କରୁନଥିବେ, ତେବେ ବ୍ରାଂଚ ମ୍ୟାନେଜରଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ପାଇଁ ଗଣମାଧ୍ୟମ ଆଗରେ କହିଛନ୍ତି ।

ଏପରିକି ୧୦ଟଙ୍କିଆ କଏନ ଗ୍ରହଣ କରୁନଥିବା ମ୍ୟାନେଜରଙ୍କୁ ବ୍ରାଂଚ ମ୍ୟାନେଜର ଗଣମାଧ୍ୟମ କ୍ୟାମେରା ଆଗରେ ତାଗିଦ କରିବାର ଚିତ୍ର ଦେଖିବାକୁ ମିଳିଛି । ଭୁବନେଶ୍ୱରର ବ୍ୟାଙ୍କ ଗୁଡିକରେ କିଭଳି ଦଶ ଟଙ୍କିଆ କଏନ ଗୁଡିକୁ ଅଚଳ ବୋଲି କହି ଫେରାଇ ଦିଆଯାଉଥିଲା ସେନେଇ, ଅନୁସନ୍ଧାନ କରିଥିଲା କନକ ନ୍ୟୁଜ୍ । କନକ ନ୍ୟୁଜରେ ଖବର ପ୍ରସାରଣ ହେବା ପରେ, ବ୍ୟାଙ୍କ କର୍ମଚାରୀ ମାନେ ଏବେ ୧୦ ଟଙ୍କିଆ କଏନ ନେବା ଆରମ୍ଭ କରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ :