ବନ୍ଦ ହେବ ୧୦ ଟଙ୍କିଆ ନୋଟ୍ ! ମୁଦ୍ରାର ପ୍ରଚଳନ ବଢ଼ିବ

29

ଆଉ କିଛି ଦିନ ପରେ ବନ୍ଦ ହୋଇଯିବ ଦଶ ଟଙ୍କିଆ ନୋଟ୍ । ଲୋକମାନେ ଆଉ ଦେଖିପାରିବେ ନାହିଁ ଦଶ ଟଙ୍କିଆ ନୋଟ୍ । ଖୁବଶୀଘ୍ର ୧୦ ଟଙ୍କିଆ ନୋଟ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଆଲୋଚନା କରୁଛି । ଆଗାମୀ ଦିନରେ ୧୦ ଟଙ୍କା ନୋଟ ବଦଳରେ ୧୦ ଟଙ୍କିଆ ମୁଦ୍ରା ବ୍ୟବହାର କରିବେ ଲୋକେ । କେନ୍ଦ୍ର ସରକାର ଏହି ମାମଲାର ନିଷ୍ପତ୍ତି ନେଇ ହାଇକୋର୍ଟକୁ ଜଣାଇଛନ୍ତି । କୋର୍ଟଙ୍କ କହିବାନୁସାରେ ନୂଆ ନୋଟ ଯାଂଚ କରିବା ଦୃଷ୍ଟିହୀନ ଲୋକଙ୍କୁ ଡକାଯିବ । ତେବେ କେନ୍ଦ୍ର ସରକାରଙ୍କ ତରଫରୁ ଏସସଜି ସଂଜୟ ଜୈନ କହିଥିଲେ ଯେ ଦଶ ଟଙ୍କିଆ ନୋଟର ସ୍ଥାନରେ ନେବ ୧୦ ଟଙ୍କିଆ ମୁଦ୍ରା । ଏହାବ୍ୟତୀତ ସେ କହିଥିଲେ ଯେ ୨୦/୫୦ ଟଙ୍କିଆ ନୋଟକୁ ସହଜରେ ଦୃଷ୍ଟିହୀନ ଲୋକ ମାନେ ଚିହ୍ନଟ କରିପାରୁଛନ୍ତି । ହାଇକୋର୍ଟରେ ଦାଏର ହୋଇଥିବା ଲୋକହିତକର ଯାଚିକା କୁହାଯାଇଛି, ନୂଆ ନୋଟ ଜାଣିବା ସେପରି କୌଣସି ସ୍ୱତନ୍ତ୍ର ଚିହ୍ନ ନଥିବାରୁ ଦୃଷ୍ଟିହୀନ ମାନଙ୍କୁ ଅସୁବିଧା ହେଉଛି । କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ପ୍ରଶ୍ନ କରିଛି, କିପରି ଏହି ମୁଦ୍ରାକୁ ପରସ୍ପର ଠାରୁ ଅଲଗା ଚିହ୍ନଟ କରିପାରିବା ।

କୋର୍ଟ ଏହି ମାମଲାର ଶୁଣାଣି ପାଇଁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିଛି । ଏହି ମାମଲାକୁ ନେଇ ଦୃଷ୍ଟିହୀନ ମାନଙ୍କୁ ଡକାଇ ସମୀକ୍ଷା କରିବ ବୋଲି କୋର୍ଟ କହିଛନ୍ତି । କେନ୍ଦ୍ର ସରକାର ଓ ଆରବିଆଇ ମିଳିତ ଭାବେ କୋର୍ଟଙ୍କୁ କହିଛନ୍ତି ନୂଆ ନୋଟକୁ ବିଶେଷଜ୍ଞଙ୍କ ପରାମର୍ଶ ଓ ଦୃଷ୍ଟିହୀନଙ୍କ ପାଇଁ କାମ କରୁଥିବା ଅନେକ ସଂସ୍ଥାନ ସହ ଆଲୋଚନା ପରେ ନୂଆ ନୋଟ୍ ଜାରି କରାଯାଇଥିଲା ।

କେନ୍ଦ୍ର ସରକାର ଓ ଆରବିଆଇ କୋର୍ଟକୁ କହିଛନ୍ତି, ଯେ ୨୦/୫୦ ଟଙ୍କା ନୋଟ ଜାଣିବା ପାଇଁ ସେପରି କିଛି ସ୍ୱତନ୍ତ୍ର ଚିହ୍ନ ଦିଆଯାଇନାହିଁ । କାରଣ ସେସବୁ ପାଇଁ ଅଧିକ ଟଙ୍କା ଖର୍ଚ୍ଚ ହୁଏ ଓ ଧୀରେ ଧୀରେ ଲିଭି ମଧ୍ୟ ଯାଏ । ତେବେ ଦୃଷ୍ଟିହୀନମାନେ ୧୦୦ ବା ତା’ ଠାରୁ ଅଧିକ ଟଙ୍କା ଚିହ୍ନଟ ପାଇଁ ରହିଛି ସ୍ୱତନ୍ତ୍ର ଚିହ୍ନ । ଏହା ବ୍ୟତୀତ ୧,୨,.୫ ବା ୧୦ ଟଙ୍କା ମୁଦ୍ରାକୁ ଚିହ୍ନଟ କରିବା ପାଇଁ ଖାସ ଚିହ୍ନ ମଧ୍ୟ ତିଆରି ହେବ ବୋଲି କୁହାଯାଇଛି ।