ବଜେଟ ପରେ ସବୁଠୁ ଶସ୍ତା ହୋଇଥିବା ୧୦ଟି ଲୋକପ୍ରିୟ ଗାଡି । ଭାରତୀୟ ବଜାରରେ ଲାଗିଛି ଗ୍ରାହକଙ୍କ ଭିଡ

237

ସବୁ ଦେଶ ଅପେକ୍ଷା ଭାରତରେ ଅଧିକ ଦୁଇ ଚକିଆ ଯାନ ବିକ୍ରି ହୋଇଥାଏ । ତେବେ ଆପଣ ଯଦି ବାଇକ କିଣିବା ପାଇଁ ଯୋଜନା କରୁଛନ୍ତି ଆଉ ଯଦି ଆପଣଙ୍କର ବଜେଟ କମ ଅଛି ତେବେ ଆପଣ ନଡରି ଶୀଘ୍ର ବାଇକ କିଣନ୍ତୁ । କାରଣ ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ବଜେଟ ଉପସ୍ଥାପନ ପରେ ବାଇକ ବଜାରରେ ଚହଳ ପଡିଛି । ଶସ୍ତା ହୋଇଛି ଅନେକ ବାଇକ । ବଜେଟ ଏହି ଦଶଟି ବାଇକର ଦାମ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହାର ଦାମ କମିଯିବା ସହ ସାରଦେଶରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ଦୁଇଚକିଆ ଯାନ ବିଷୟରେ ଜାଣନ୍ତୁ ।

ଯଦି ଗାଡି କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ପ୍ରଥମେ ପସନ୍ଦ କରନ୍ତୁ ହିରୋ ସ୍ପେ୍ଲଣ୍ଡର । ୨୦୧୭ ମସିହାରେ ଏହି ବାଇକ ସବୁଠାରୁ ଅଧିକ ବିକ୍ରି ହୋଇଛି । ଗତବର୍ଷ ଡିସେମ୍ବର ୨୦୧୭ରେ ୧ଲକ୍ଷ ୬ହଜାର ୧୧୦ ୟୁନିଟି ବାଇକ ବିକ୍ରି ହୋଇ ରେକର୍ଡ କରିଛି ।

ଯଦି ଆପଣଙ୍କର ହିରୋ ସ୍ପେ୍ଲଣ୍ଡର ଗାଡି ପସନ୍ଦ ନୁହେଁ ତେବେ ହିରୋର ଏଚଏଫ ଡିଲକ୍ସ ପାଇଁ ଯୋଜନା କରନ୍ତୁ । ଡିସେମ୍ବର ୨୦୧୭ରେ ଏହି ବାଇକ ଭାରତରେ ଦ୍ୱିତୀୟ ସର୍ବାଧିକ ବିକ୍ରି ହୋଇଛି । ୧ଲକ୍ଷ ୨୭ହଜାର ୯୩୨ ବାଇକ ବିକ୍ରି ହୋଇଥିଲା ।

ତେବେ ଭାରତରେ ବାଇକ ବିକ୍ରି ହେବାରେ ତୃତୀୟ ସ୍ଥାନରେ ରହିଛି ହୋଣ୍ଡା ସାଇନ । ୬୭ ହଜାର ୧୧ ବାଇକ ବିକ୍ରି ହୋଇଛି ।

source: google.co.in

ସେହିପରି ଦେଶରେ ଅନ୍ୟ ଏକ ପସନ୍ଦର ବାଇକ ହେଉଛି ହିରୋ ଗ୍ଲାମର । ୬୩ହଜାର ୧୫୦ ବାଇକ କିଣିଛନ୍ତି ଗ୍ରାହକ ।

ଟପ ୫ରେ ଅଛି ରୟାଲ ଏନଫିଲ୍ଡ କ୍ଲାସିକ । ୪୭ ହଜାର ୫୫୮ବାଇକ ବିକ୍ରି ହୋଇଛି । ସବୁଠୁ ଅଧିକ ବିକ୍ରି ହେଉଥିବା ବାଇକ ଭିତରୁ ରୟାଲ ଏନଫିଲ୍ଡର ମୂଲ୍ୟ ଅଧିକ ।

ସେହିପରି ଷଷ୍ଠ ସ୍ଥାନରେ ରହିଛି ବଜାଜ ପଲସର । ୪୦ ହଜାର୮୭୯ ୟୁନିଟ ବିକ୍ରି ହୋଇଛି ।

ହିରୋ କମ୍ପାନୀର ହିରୋ ପାସିଅନ ଗାଡି ରହିଛି ସପ୍ତମ ସ୍ଥାନରେ । ସମୁଦାୟ ୪୦ ହଜାର ୧୬୮ ବାଇକ କିଣିଛନ୍ତି ଗ୍ରାହକ ।

ଅଷ୍ଟମ ସ୍ଥାନରେ ରହିଛି ବଜାଜ କମ୍ପାନୀର ବଜାଜ ପ୍ଲାଟିନା । ୩୬ ହଜାର ୪୦୭ ୟୁନିଟ ବାଇକ ବିକ୍ରି ହୋଇଛି ।

ଯଦି ଆପଣଙ୍କର ଏସବୁ ଗାଡି ପସନ୍ଦ ନୁହେଁ ତେବେ ଟିଭିଏସ କମ୍ପାନୀ ଗାଡି ପସନ୍ଦ କରିପାରିବେ । ଟିଭିଏସ ଆପାଚି ଆରଟିଆର୧୬୦ ଆପଣଙ୍କ ବଜେଟକୁ ସୁହାଇବ । ଦେଶରେ ବିକ୍ରି ହେଉଥିବା ଗାଡି ମାନଙ୍କ ଭିତରେ ଏହି ଗାଡି ନବମ ସର୍ବାଧିକ ।
ତେବେ ଦଶମ ସ୍ଥାନରେ ରହିଥିବା ହୋଣ୍ଡା କମ୍ପାନୀର ଡ୍ରିମ ଗାଡିକୁ ଆପଣ କିଣିବା ପାଇଁ ଯୋଜନା କରନ୍ତୁ । ଏହାର ସ୍ଥାନ ହେଉଛି ଦଶମ ।