ଧୀରେ ଧୀରେ ବଢ଼ୁଛି ତାତି ! ମାଲକାନଗିରିରେ ତାପମାତ୍ରା ୩୫ ଡିଗ୍ରି ଟପିଲା

35

କନକ ବ୍ୟୁରୋ : ବଢ଼ିଲା ତାପମାତ୍ରା । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୧ରୁ ୨ ଡିଗ୍ରି ଏପାଖ ସେପାଖ ହୋଇଛି । ମାଲକାନଗିରି ତାପମାତ୍ରା ପୁଣିଥରେ ୩୫ ଡିଗ୍ରି ଡେଇଁଛି । ଏଠାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୫.୨ ଡିଗ୍ରି ରେକର୍ଡ କରାଯାଇଛି । ଏଥିସହ ୧୬ଟି ସହରର ତାପମାତ୍ରା ଆଜି ୩୦ ଡିଗ୍ରି ଉପରେ ରହିଥିଲା ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଦିନର ପାଗ ଶୁଖିଲା ରହିବ । ପୂର୍ବାହ୍ନ ୧୧ଟାରେ ପରେ ତାପମାତ୍ରା ବଢ଼ିବ। ଅପରାହ୍ନ ଗୋଟିଏରୁ ଦୁଇଟା ମଧ୍ୟରେ ତାପମାତ୍ରା ସର୍ବୋଚ୍ଚ ସ୍ତରରେ ପହଞ୍ଚିବ । ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ହେବ । ୨୦୦ ମିଟର ପରେ ରାସ୍ତା ଠିକ୍‌ ଭାବେ ଦୃଶ୍ୟମାନ ହେବ ନାହିଁ । ଏଥିପ୍ରତି ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

tempratue rise

ମାଲକାନଗିରି ବ୍ୟତୀତ ବାଲେଶ୍ୱର ଓ କେନ୍ଦୁଝରଗଡ଼ରେ ୩୦, କଟକ ଓ ତାଳଚେରରେ ୩୧, ଭୁବନେଶ୍ୱରରେ ୩୨.୨, ଗୋପାଳପୁରରେ ୩୨.୫, ପୁରୀ ଓ ହୀରାକୁଦରେ ୩୦.୬, ଅନୁଗୁଳରେ ୩୨.୭, ଝାରସୁଗୁଡ଼ା ଓ ସମ୍ବଲପୁରରେ ୩୧.୨, ଭବାନୀପାଟଣାରେ ୩୦.୨, ବଲାଙ୍ଗିରରେ ୩୧.୭, ସୋନପୁରରେ ୩୧.୮ ଓ ଢେଙ୍କାନାଳରେ ୩୦.୬ ଡିଗ୍ରି ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ଓ ସର୍ବନିମ୍ନ ୧୬ ଡିଗ୍ରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ ହୋଇଛି ।