ମନ୍ଦିର ଭିତରେ ମହାପାପୀ ! ନିଶା ଔଷଧ ଖୁଆଇ ବଳାତ୍କାରର ଭିଡିଓ ଭାଇରାଲ କଲେ ପୂଜକ

42

କନକ ବ୍ୟୁରୋ : ମନ୍ଦିରକୁ ଆସୁଥିବା ଜଣେ ଯୁବତୀର ଅଶ୍ଲୀଳ ଭିଡିଓ ବନାଇ ଭାଇରାଲ୍ କରିଦେଲେ ସେହି ମନ୍ଦିରର ପୂଜକ । ଭୁବନେଶ୍ୱରରେ ଘଟିଛି ଏହି ଘଟଣା । ଯୁବତୀଙ୍କୁ ନିଶା ଦେଇ ତାଙ୍କ ନଗ୍ନ ଭିଡିଓ ବନାଇଥିଲେ ପୂଜକ ଜଣକ । ଏବଂ ଏହାପରେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ । ନଚେତ୍ ଭିଡିଓ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲେ ।

ଭୁବନେଶ୍ୱରରେ ମହିଳାଙ୍କ ସହିତ ଏଭଳି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯେଉଁ ମନ୍ଦିରକୁ ସେ ପୂଜା କରିବା ପାଇଁ ଯାଆନ୍ତି ଏବଂ ଯାହାକୁ ସେ ଭଗବାନଙ୍କ ପ୍ରତିନିଧି ବୋଲି ଭାବନ୍ତି- ସେହି ପୂଜକ ତାଙ୍କ ସହ ଏଭଳି କାଣ୍ଡ ଘଟାଇଛି ଯେଉଁଥିପାଇଁ ସେ ଏବେ ମନ୍ଦିର ଯିବାକୁ ଡରୁଛନ୍ତି । ପୂଜକଙ୍କ ଏଭଳି କାରନାମାକୁ ନେଇ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପୀଡିତା । ଆଉ ଜଣେ ପୂଜକର କଳା କାରନାମାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁସାରେ, ପୂଜା କରିବା ପାଇଁ ପ୍ରତିଦିନି ପୂଜକ ଜଣକ ମହିଳାଙ୍କ ଘରକୁ ଆସନ୍ତି । ମହିଳା ଜଣକର ଟଙ୍କାର ନିହାତି ଆବଶ୍ୟକତା ଥିବାରୁ ପୂଜକ ସୁନା ବନ୍ଧା ରଖି ଟଙ୍କା ଦେବେ ବୋଲି ପ୍ରତିଶୃତି ଦେିଥିଲେ । ଆଉ ଟଙ୍କା ଆଣିବାକୁ ପୂଜକଙ୍କ ଘରକୁ ଯାଇଥିଲେ ମହିଳା । ହେଲେ ଭଗବାନଙ୍କ ଅବତାରରେ ଥିବା ଏହି ସଇତାନ ନନା ପାନୀୟରେ ନିଶା ଦେଇ ତାଙ୍କର ଅଶ୍ଳିଳ ଭିଡିଓ ଏବଂ ଫଟୋ ଉଠାଇଥିଲା । ଆଉ ଟଙ୍କା ଦେବା ପରିବର୍ତ୍ତେ ଶାରୀରିକ ସର୍ମ୍ପକ ସ୍ଥାପନ କରିବାକୁ କହିଥିଲା । ଏଥିରେ ମହିଳା ଜଣକ ରାଜି ନ ହେବାରୁ ଏହାପରେ ସେସବୁ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲା ନଟି ନନା ।

ନନା – ସୁନା ଓ କାରନାମା । ଏବେ ନନାଙ୍କୁ ଖୋଜୁଛି ମହିଳା ଥାନା । ଏହି ନଟି ନନାଙ୍କ ଡାର୍ଟି ପିକଚର ଏବେ ରାଜଧାନୀ ଦୋହଲାଉଥିବା ବେଳେ, ନନା ଏବେ ଫେରାର ରହିଛି ।