ପରୀକ୍ଷା ପାଇଁ ଚମତ୍କାରୀ ପେନ ! ଶତପ୍ରତିଶତ କୃତକାର୍ଯ୍ୟ ହେବାରେ କରିବ ସାହାଯ୍ୟ

40

ପରୀକ୍ଷା ପାଖେଇ ଆସିଲେ ସବୁ ଛାତ୍ରଛାତ୍ରୀ ଭଲ ନମ୍ବର ଆଣିବାପାଇଁ ଚେଷ୍ଟା ଆରମ୍ଭ କରନ୍ତି । ପରିଶ୍ରମ କରୁଥିବା ଛାତ୍ର ତ ପରୀକ୍ଷା ଭଲ କରନ୍ତି କିନ୍ତୁ ଏପରି ଅନେକ ଛାତ୍ରଛାତ୍ରୀ ଥାଆନ୍ତି ଯେଉଁମାନେ ଭଲରେ ପଢାପଢି ନକରି ପାସ ହେବା ପାଇଁ ଚାହାନ୍ତି । ଏମିତ ଛାତ୍ରଙ୍କ ମନରେ ଅନେକ ଥର ଭାବନା ଆସେ କି କୌଣସି ଯାଦୁର ପେନ ମିଳିଯାଆନ୍ତା କି ଆମେ ପରୀକ୍ଷାରେ ଖୁବ ସହଜରେ ପାସ କରିଯାଆନ୍ତୁ । ଏମିତି ଛାତ୍ରଛାତ୍ରୀ ମାନଙ୍କୁ ପାସ କରିବା ପାଇଁ ଗୁଜୁରାଟର ପଞ୍ଚମହଲ ଜିଲ୍ଲାର ଏକ ମନ୍ଦିରରୁ ଏକ ଅଜବ ଦାବି ହେଉଛି ।

ଏହି ମନ୍ଦିର ତରଫରୁ ଏକ ଚମତ୍କାରୀ ପେନର ବିଜ୍ଞାପନ କରାଯାଉଛି ଯାହା ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ସଫଳତା ଦେବାରେ ସାହାଯ୍ୟ କରିବ । ଗୁଜୁରାଟୀ ଭାଷାରେ ଛପା ହୋଇଥିବା ବିଜ୍ଞାପନରେ ମନ୍ଦିରର ଜଣେ ହନୁମାନ ସେବକ ଦାବି କରିଛନ୍ତି ହନୁମାନ ଓ ସରସ୍ୱତୀଙ୍କର ଯଜ୍ଞ ପରେ ଏହି ପେନରେ ଅଲୌକିକ କ୍ଷମତା ଆସି ଯାଇଛି । ଏହି ଅଲୌକିକ କ୍ଷମତାଧାରୀ ପେନର ମୂଲ୍ୟ ରହିଛି ୧୯୦୦ ଟଙ୍କା ।

ଏହା ସହ ବିଜ୍ଞାପନରେ ଲେଖା ହୋଇଛି ଯଦି ଏହି ପେନରେ ଲେଖି ମଧ୍ୟ କେହି ପରୀକ୍ଷାରେ ଅସଫଳ ହେଉଛନ୍ତି ତେବେ ତାଙ୍କୁ ପୁରା ଟଙ୍କା ଫେରସ୍ତ କରାଯିବ । ଏହା ସହ ଏହି ପେନ କିଣିବା ପାଇଁ ଇଚ୍ଛୁକ ଥିବା ଗ୍ରାହକଙ୍କୁ କିଛି ବିଶେଷ ସୂଚନା ଦେବାକୁ ପଡିବ ଯେଉଁଠି ମୋବାଇଲ ନମ୍ବର,ପରୀକ୍ଷା ରସିଦ ଏବଂ ହଲ ଟିକେଟର ଫଟୋକପି ଓ ସ୍କୁଲ କିମ୍ବା କଲେଜର ପରିଚୟପତ୍ର ଦେବାକୁ ପଡିବ । ଏବେ ଏହି ଅଦ୍ଭୁତ ପେନକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ତର୍କ ବିତର୍କ ଆରମ୍ଭ ଯୋଇଯାଇଛି ।