ପୂଜା ବେଳେ ଭୁଶୁଡିପଡିଲା ମନ୍ଦିର; ଦୁଇ ଆହତ, ସାନଖେମୁଣ୍ଡି ମନ୍ଦିର ଭିତରେ ଅନେକ ଫସିରହିବା ଆଶଙ୍କା

38

କନକ ବ୍ୟୁରୋ : ପୂଜା ବେଳେ ଭୁଶୁଡିପଡିଲା ମନ୍ଦିର । ଏଥିରେ ଦୁଇ ଜଣ ଆହତ ହୋଇଥିବା ବେଳେ ଭଂଗା ମନ୍ଦିର ଭିତରେ ଆହୁରି କିଛି ଲୋକ ଫଶିରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଓଡ୍ରାଫ୍ ଟିମ୍ଉଦ୍ଧାର ଜାରି ରହିଛି । ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ସାହାସପୁର ପଂଚାୟତର ତୀଟିଖଣ୍ଡିରେ ବୁଧବାର ସନ୍ଧ୍ୟାରେ ହଠାତ୍ ମନ୍ଦିରଟି ଭୁଶୁଡି ପଡିଥିଲା । ରାଧାକୃଷ୍ଣ ମନ୍ଦିରଟି ବହୁ ପୁରୁଣା ହୋଇଥିବା ବେଳେ ପୂଜାର୍ଚନା ଚାଲିଥିବା ବେଳେ ଭୁଶୁଡି ପଡିଥିଲା । ଭଂଗା ମନ୍ଦିର ଭିତରୁ ସଙ୍ଗେ ସଙ୍ଗେ ୨ଜଣଙ୍କୁ ଉଦ୍ଧାର କରି ଦିଗପହଣ୍ଡି ହସପିଟାଲରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ବ୍ଲକ ପ୍ରଶାସନ ଓ ପାଟପୁର ପୋଲିସ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।