କାଳବୈଶାଖୀ ବର୍ଷା ଯୋଗୁଁ ତାତିରୁ ମିଳିଲା ତ୍ରାହି ! ୪୦ ଡିଗ୍ରି ତଳେ ସମସ୍ତ ସହର
କନକ ବ୍ୟୁରୋ : ଗତ କିଛି ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ଡିଗ୍ରି ଉପରେ ରହୁଥିବାବେଳେ ଆଜି ତାତି କମିଯାଇଛି । ରାଜ୍ୟର କୌଣସି ସ୍ଥାନରେ ବି ତାପମାତ୍ରା ୪୦ଡିଗ୍ରି ଛୁଇଁନି । ସୁନ୍ଦରଗଡ଼ରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୯ଡିଗ୍ରି ରେକର୍ଡ ହୋଇଛି ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇଥିବାରୁ ତାପମାତ୍ରା କମିଛି । ଆସନ୍ତା ୨୪ତାରିଖ ପର୍ଯ୍ୟନ୍ତ ପାଗ ଏହିଭଳି ରହିବ । ଅପରାହ୍ନରେ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ପବନ ହୋଇପାରେ । ଏବେ ହାରାହାରି ତାପମାତ୍ରା ୩୭ଡିଗ୍ରି ଥିବାବେଳେ ଆସନ୍ତା ତିନିରୁ ଚାରିଦିନ ପର୍ଯ୍ୟନ୍ତ ଆଉ ଦୁଇରୁ ତିନି ଡିଗ୍ରି ବଢ଼ିପାରେ ବୋଲି କୁହାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp