ସାଥୀକୁ ଖୁସି କରିବା ପାଇଁ ଚାହୁଁଛନ୍ତି କି, ଏହି ୫ ଟି ଗୁରୁତ୍ୱପୂର୍ଣ୍ଣ କଥା କୁହନ୍ତୁ!

62

ସମୟ ସମୟରେ ଏମିତି ପରିସ୍ଥିତି ଆସେ କପୁଲ୍‌ ମାନେ ଜଣେ ଜଣଙ୍କ ଉପରେ ଧ୍ୟାନ ଦେବା କମ୍‌ କରି ଦିଅନ୍ତି । ଏହାର ଅର୍ଥ ନୁହେଁ ଯେ, ଉଭୟଙ୍କ ମଧ୍ୟରେ ଭଲ ପାଇବା କମିଯାଇଛି । ବେଶୀ ଦିନ ଏକାଠି ରହିଲେ ଦୁହେଁ ଦୁହିଁଙ୍କୁ ଅସମ୍ମାନ କରିବାରେ ଲାଗନ୍ତି ।

ଏହି ଅସମ୍ମାନ ସମ୍ପର୍କକୁ ଦୁର୍ବଳ ମଧ୍ୟ କରି ଦେଇଥାଏ । ତେବେ ଏହି କ୍ଷେତ୍ରରେ କିଛି ଏପରି କରନ୍ତୁ ଯାହାଦ୍ୱାରା ଆପଣଙ୍କ କଥା ଶୁଣି ସାଥୀ ଖୁସି ହୋଇଯିବେ ଓ ସମ୍ପର୍କ ଅତୁଟ ରହିବ । ତେବେ ଆସନ୍ତୁ ଜାଣିବା ସାଥୀଙ୍କୁ କେଉଁ ସବୁ କଥା କହିବେ. . . .

୧. ଅନେକ ସମୟରେ ଦେଖାଯାଏ କପୁଲ ମାନେ ଜଣେ ଅନ୍ୟଜଣଙ୍କ ଡିଓର ବାସ୍ନାକୁ ବହୁ ତାରିଫ୍‌ କରି ଥାଆନ୍ତି । କିନ୍ତୁ ସମୟ ସମୟରେ ଆପଣ ସାଥୀଙ୍କ ଶରୀରର ବାସ୍ତବିକ ବାସ୍ନାର ପ୍ରଶଂସା କରନ୍ତୁ । ସେମାନେ ଏଥିରେ ଅଧିକ ଖୁସି ହୋଇ ଥାଆନ୍ତି।

୨. ସାଥୀଙ୍କ ସହିତ ବ୍ୟକ୍ତିଗତ ଜୀବନ ସହିତ ବୃତ୍ତିଗତ ଜୀବନ ସମ୍ପର୍କରେ ବି କଥା ହୁଅନ୍ତୁ । ଅଫିସରେ ଯଦି ଆପଣଙ୍କର କିଏ ପ୍ରଶଂସା କରୁଛି, ତେବେ ଏହାକୁ ନିଜ ସାଥୀଙ୍କ ସହିତ ବାଣ୍ଟନ୍ତୁ ।

୩. ପ୍ରତ୍ୟେକ ପୁରୁଷ ଚାହାଁନ୍ତି ତାଙ୍କ ସହିତ ଯେଉଁ ମହିଳା ଅଛନ୍ତି ସେ ନିଜକୁ ସୁରକ୍ଷିତ ବୋଲି ମନେକରୁ । ତେବେ ଆପଣ ଯଦି ନିଜ ସାଥୀ ସହିତ ଅଛନ୍ତି ତେବେ ତାଙ୍କୁ କହି ରଖନ୍ତୁ ତାଙ୍କ ପାଇଁ ସେ ନିଜକୁ ସୁରକ୍ଷିତ ମନେ କରୁଛନ୍ତି। ଏହି କଥା ତାଙ୍କୁ ବହୁତ ଭଲ ଲାଗିବ ।

୪. ସାଧାରଣତଃ ଘରକୁ ମହିଳାମାନେ ସମ୍ଭାଳି ଥାଆନ୍ତି । କିନ୍ତୁ ପୁରୁଷଙ୍କ ଯୋଗଦାନ ବି ଏଥିରେ ଗୁରୁତ୍ୱପୂର୍ଣ ଭୂମିକା ଥାଏ ବୋଲି ନିଜ ସାଥୀଙ୍କୁ କୁହନ୍ତି । ଏଥିରେ ଆପଣଙ୍କ ସାଥୀ ବହୁତ ଖୁସି ହେବ।

୫. ଯୌନ ଜୀବନକୁ ନେଇ ମଧ୍ୟ ନିଜ ସାଥୀଙ୍କ ପ୍ରଶଂସା କରି ପାରିବେ । ଏହି କଥା ସମାନ୍ୟ ଲାଗୁଥିଲେ ବି ଏମିତି ଛୋଟ ଛୋଟ କଥା ଶୁଣିବାକୁ ଆପଣଙ୍କ ସାଥୀକୁ ଭଲ ଲାଗିପାରେ ।