ଦଳୀୟ କର୍ମୀଙ୍କ ମୁଥମାଡରେ ତେଲକୋଇ ବିଧାୟକ ଆହତ

24

କେନ୍ଦୁଝର : କେନ୍ଦୁଝର ତେଲକୋଇ ବିଧାୟକଙ୍କୁ ଆକ୍ରମଣ । ଦଳୀୟ କର୍ମୀଙ୍କ ମୁଥ ମାଡରେ ବିଧାୟକ ବେଦବ୍ୟାସ ନାୟକଙ୍କର ମୁଣ୍ଡ ଫାଟିଛି । ବିଧାୟକଙ୍କୁ ହରିଚନ୍ଦନପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ବିଜେଡି ବ୍ଲକ୍ ସ୍ତରୀୟ ଦଳୀୟ କର୍ମୀଙ୍କ ସମ୍ମିଳନୀରେ ବିଧାୟକଙ୍କୁ ଏହି ଆକ୍ରମଣ ହୋଇଛି । ଗୁଣ୍ଡିଚାଘାଗିରେ ଚାଲୁଥିଲା ଏହି କର୍ମୀ ସମ୍ମିଳନୀ । ସଭାରେ ଜିଲ୍ଲା ସଭାପତି ମଧ୍ୟ ଉପସ୍ଥିତ ଥିଲେ ।