ବଡମେଡିକାଲ ଟ୍ରମା ଆଇସିୟୁରେ ତେଲକୋଇ ବିଧାୟକ

28

କଟକ ବ୍ୟୁରୋ, କନକ ନ୍ୟୁଜ୍ : ବିଜେଡି କର୍ମୀଙ୍କ ମାଡରେ ଗୁରୁତର ଆହତ ତେଲକୋଇ ବିଧାୟକଙ୍କୁ ଆଇସିୟୁରେ ରଖାଯାଇଛି । ୨୪ ଘଂଟା ପାଇଁ ତାଙ୍କୁ ନିରିକ୍ଷଣରେ ରଖାଯାଇଥିବା ଡାକ୍ତର କହିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ଟ୍ରମା ଆଇସିୟୁରେ ଭର୍ତି କରାଯାଇଥିଲା । କେନ୍ଦୁଝର ତେଲକୋଇ ବିଧାୟକଙ୍କୁ ଆକ୍ରମଣ କରିଥିଲେ ଦଳୀୟ କର୍ମୀ ।

ବିଜେଡି ବ୍ଲକ ସ୍ତରୀୟ ଦଳୀୟ କର୍ମୀଙ୍କ ସମ୍ମିଳନୀରେ ବିଧାୟକ ବେଦବ୍ୟାସ ନାୟକଙ୍କୁ ଆକ୍ରମଣ ହୋଇଥିଲା। ଗୁଣ୍ଡିଚାଘାଗିରେ ଆୟୋଜିତ କର୍ମୀ ସମ୍ମିଳନୀରେ ବିଧାୟକ ଉଦବୋଧନ ଦେଉଥିବା ବେଳେ ହଠାତ୍ ଆକ୍ରମଣ କରିଥିଲେ ଦଳୀୟ କର୍ମୀ । ଏହି ଆକ୍ରମଣରେ ବିଧାୟକଙ୍କ ମୁଣ୍ଡ ଫାଟିଥିଲା । ଏହା ପଛରେ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଥିବା ବିବାଦ ହିଁ ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଛି । ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ସମର୍ଥକ ଆକ୍ରମଣ କରିଛନ୍ତି ବୋଲି ହେଉଥିବା ଚର୍ଚ୍ଚା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମନ୍ତ୍ରୀ । ଘଟଣାକୁ ନିନ୍ଦା କରିବା ସହ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବଦ୍ରିନାରାୟଣ ପାତ୍ର ।