ମୋବାଇଲ ୟୁଜରଙ୍କୁ ଝଟକା ! ବନ୍ଦ ହୋଇପାରେ ମାଗଣା ଇନକମିଂ ସେବା

350
ରିଲାଏନ୍ସ ଜିଓ ଭାରତୀୟ ଟେଲିକମ୍ ବଜାରକୁ ପ୍ରବେଶ କରିବା ପରେ ଅନ୍ୟ କମ୍ପାନୀର ବ୍ୟବସାୟ ଠପ୍ ହୋଇଯାଇଥିଲା । କମ୍ପାନୀ ଗୁଡ଼ିକ ବଜାରରେ ନିଜ ସ୍ଥିତି ବଜାୟ ରଖିବା ପାଇଁ ଅଳ୍ପ ମୂଲ୍ୟରେ ବିଭିନ୍ନ ଅଫର ଉପସ୍ଥାପନ କରିବା ପାଇଁ ବାଧ୍ୟହୋଇଥିଲେ । ଟେଲିକମ୍ କମ୍ପାନୀ ଗୁଡ଼ିକ ରିଲାଏନ୍ସ ଜିଓକୁ ଟକ୍କର ଦେବାପାଇଁ ଏକ ନୂଆ ରାସ୍ତା ଆପଣାଇଥିଲେ । ରିଲାଏନ୍ସ ଜିଓ ତୁଳନାରେ ଏୟାରଟେଲ୍, ଭୋଡ଼ାଫୋନ୍,ଆଇଡ଼ିଆ ତୁଳନାତ୍ମକ ଭାବେ ବିଗତ ୨ ବର୍ଷରେ ନିଜର କଲ୍ ସହ ଡାଟା ଦରର ମୂଲ୍ୟ ମଧ୍ୟ କମ୍ କରିଛନ୍ତି । ଏସବୁ କରିବା ପରେ ଲାଭ ପରିବର୍ତ୍ତେ କମ୍ପାନୀ ଗୁଡ଼ିକୁ କ୍ଷତି ସହିବା ପାଇଁ ପଡ଼ିଛି । ସୂଚନା ଅନୁସାରେ ଭୋଡ଼ାଫୋନ୍ ଓ ଆଇଡ଼ିଆକୁ ନିକଟରେ ୫୦୦୦ କୋଟି ଟଙ୍କାର କ୍ଷତି ସହିବା ପାଇଁ ପଡ଼ିଛି ।

ତେଣୁ ଟେଲିକମ୍ କମ୍ପାନୀ ଗୁଡ଼ିକ ନିଷ୍ପତି ନେଇଛନ୍ତି, ଗ୍ରାହକଙ୍କୁ ଆଉ ମାଗଣା ଇନକମିଂ ସୁବିଧା ଉପଲବ୍ଧ କରାଯିବ ନାହିଁ । ଇନକମିଂ ସୁବିଧା ପାଇଁ ଗ୍ରାହକଙ୍କୁ ୩୫ ଟଙ୍କା ପର୍ଯ୍ୟନ୍ତ ରିଚାର୍ଜ କରିବା ପାଇଁ ପଡ଼ିବ । ଏହି ଉପାୟରେ ଟେଲିକମ୍ କମ୍ପାନୀ ଗୁଡ଼ିକ ଆୟ କରିବା ପାଇଁ ଚାହୁଁଛନ୍ତି । ଯଦି ଗ୍ରାହକ ଏପରି ନକରନ୍ତି, ତେବେ ଇନକମିଂ ସେବା ବନ୍ଦ କରିଦିଆଯିିବ ।
ସମସ୍ତ ଟେଲିକମ୍ କମ୍ପାନୀ ଗୁଡ଼ିକ ଗ୍ରାହକଙ୍କ ଠାରୁ କ୍ଷତିରୁ ବଞ୍ଚିବା ପାଇଁ ତଥା ଆୟ କରିବା ପାଇଁ ପ୍ରତି ମାସରେ ୩୫ ଟଙ୍କାର ରିଚାର୍ଜ କରିବାର ନିୟମ ବାଧ୍ୟତାମୂଳକ କରିବା ପାଇଁ ନିଷ୍ପତି ନେଇଛନ୍ତି । ୩୫ ଟଙ୍କାର ରିଚାର୍ଜ କଲେ ଗ୍ରାହକଙ୍କୁ ୨୬ ଟଙ୍କାର ବାଲାନ୍ସ ଓ ୨୯ ଦିନ ପର୍ଯ୍ୟନ୍ତ ବୈଧତା ମିଳିବ । ୨୮ ଦିନ ପୁରା ହେବା ପରେ ଗ୍ରାହକ ନୂଆ ରିଚାର୍ଜ ନକଲେ ଇନକମିଂ ସେବା ବନ୍ଦ କରିଦିଆଯିବ । ନିଜ ସେବା ବଦଳରେ ଏହି ଶୁଳ୍କ ଆଦାୟ କରୁଛନ୍ତି ବୋଲି କମ୍ପାନୀ ଗୁଡ଼ିକ ପ୍ରକାଶ କରିଛନ୍ତି ।

Comments are closed.