ସ୍ତ୍ରୀଙ୍କ ସ୍ମୁତିରେ ମନ୍ଦିର : ପ୍ରାଣପ୍ରିୟା ସ୍ତ୍ରୀଙ୍କ ମୃତ୍ୟୁ ପରେ ମନ୍ଦିର ତିଆରି କରୁଛନ୍ତି ତେଲେଙ୍ଗାନାର ଚନ୍ଦ୍ର ଗୌଡ଼

71

ପ୍ରେମ ଶାଶ୍ୱତ । ପ୍ରେମ ପବିତ୍ର । ପ୍ରେମ ପାଇଁ କିଏ ଜୀବନ ଦିଏ ତ ପ୍ରେମ ପାଇଁ କିଏ ଜୀବନ ଲାଭ କରେ । ପ୍ରେମରେ ଥାଏ ଅପାର ଶକ୍ତି । ଜଣକୁ ନିଜର କରିବା ପାଇଁ ପ୍ରେମ ହିଁ ଏକମାତ୍ର ମାଧ୍ୟମ । ଦୁନିଆରେ ଭଲ ପାଇବାକୁ ନେଇ ଅନେକ କଥା ରହିଛି । କିଛି ଲୋକ ଭଲ ପାଇବାକୁ ନେଇ ନିଜ ଜୀବନ ହାରିଥିବା ବେଳେ କିଛି ଲୋକ ନିଜ ଭଲ ପାଇବାକୁ ଅମର ରଖିବା ପାଇଁ ବଡ଼ ବଡ଼ ମନ୍ଦିର ଗଢ଼ିଛନ୍ତି । ପ୍ରେମର ନିଦର୍ଶନ ତାଜମହଲ । ଶାହଜାହାନ ନିଜ ପତ୍ନୀ ମମତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣ କରିଥିଲେ ତାଜମହଲ । କୁହାଯାଏ ମମତାଜଙ୍କ ମୃତ୍ୟୁପରେ ଶାହଜାହାନ ସବୁ ବିଳାସ ବ୍ୟସନ ପରିତ୍ୟାଗ କରି ସାଧାରଣ ଜୀବନ ଯାପନ କରିଥିଲେ। ଏପରିକି ସେ ପ୍ରତିଦିନ ଦୁଇଥର ମମତାଜଙ୍କ ସମାଧିକୁ ବୁଲି ଯାଉଥିଲେ । ନିଜର ପ୍ରେମକୁ ଅମର ରଖିବା ପାଇଁ ମୋଗଲ ସମ୍ରାଟ ଶାହାଜାହାନ୍ ତାଜମହଲ ତିଆରି କରିଥିଲେ, ଯାହା ଏବେ ଏକ ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ପାଲଟିଛି ।

ଏବେ ଜଣେ ଯୁବକ ନିଜ ସ୍ତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମନ୍ଦିର ନିର୍ମାଣ କରିଥିବା ଖବର ଚର୍ଚ୍ଚାର ପରିସରକୁ ଆସିଛି । ତେଲେଙ୍ଗାନାର ଜଣେ ଯୁବକ ନିଜ ସ୍ତ୍ରୀଙ୍କ ବିୟୋଗ ପରେ ତାଙ୍କୁ ଅମର କରି ରଖିବା ପାଇଁ ଏକ ମନ୍ଦିର ତିଆରି କରୁଥିବା ଜଣାପଡ଼ିଛି । ସୂଚନା ମୁତାବକ, ତେଲେଙ୍ଗାନାର ଚନ୍ଦ୍ରଗୌଡ଼ ବିଦ୍ୟୁତ ବିଭାଗରେ କାମ କରନ୍ତି । ତାଙ୍କ ସ୍ତ୍ରୀ ରାଜମଣିଙ୍କ ଦେହ ଅଚାନକ ଖରାପ ହୋଇଯିବା ପରେ ତାଙ୍କର ଅକାଳ ବିୟୋଗ ହୋଇଥିଲା । ଧର୍ମପତ୍ନୀଙ୍କ ବିୟୋଗ ପରେ ତାଙ୍କୁ ସବୁଦିନ ପାଇଁ ଜୀବନ୍ତ ରଖିବା ପାଇଁ ଚନ୍ଦ୍ରଗୌଡ଼ ଏକ ମନ୍ଦିର ତିଆରି କରୁଛନ୍ତି ।  ଏମିତି ଏକ ମନ୍ଦିର ଥିବା ଜାଣି ବାହାରୁ ଲୋକ ମଧ୍ୟ ଏଠାକୁ ଆସିଥାନ୍ତି ।