ତେଲେଙ୍ଗାନାରେ ଲାଗୁ ହେବ ନାହିଁ ନୂଆ ମୋଟର୍ ଯାନ ଆଇନ ! ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କଲେ ଘୋଷଣା, କହିଲେ ଲୋକଙ୍କୁ ହଇରାଣରେ ପକାଇବାକୁ ଆମେ ଚାହୁଁନାହୁଁ ।

233

ଦେଶରେ ସରକାର ନୂଆ ମୋଟର୍ ଯାନ ଆଇନକୁ ମଞ୍ଜୁରୀ ଦେଲାପରେ ଟ୍ରାଫିକ୍ ନିୟମକୁ କଡାକଡି କରାଯାଇଛି । ଯାହାର ଡର ଲୋକଙ୍କ ମନରେ ଦେଖିବାକୁ ମିଳୁଛି । ଭାରି ଜରିମାନା ଦେବାକୁ ଲୋକଙ୍କ ମନରେ ଭୟ ଦେଖାଯାଉଛି । ଆରଟିଓ ଅଫିସରେ ଗାଡିର କାଗଜପତ୍ର ଠିକ୍ କରିବା ପାଇଁ ସବୁବେଳେ ଲୋକଙ୍କ ଲମ୍ବା ଲାଇନ୍ ଲାଗିରହୁଛି । ତେବେ ଦେଶର କିଛି ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ରେ ଆପତ୍ତି ଉଠାଇଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ବଜେଟ୍ ସର୍ତ୍ତ ସମୟରେ ବିଧାନସଭାରେ ଏହି ନିୟମକୁ ଲାଗୁ କରିବେ ନାହିଁ ବୋଲି କହିଥିଲେ । ରାଜ୍ୟ ସରକାର ଟ୍ରାଫିକ୍ ନିୟମରେ ସୁଧାର ଆଣିବା ପାଇଁ ଅନ୍ୟ ପନ୍ଥା ଆପଣାଇବ କିନ୍ତୁ ଲୋକଙ୍କ ଆର୍ଥୀକ ବୋଝର ଚାପ ତଳେ ରଖିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଆପଣଙ୍କୁ କହିରଖୁଛୁ , ଟ୍ରାଫିକ୍ ନିୟମର ଉଲ୍ଲଂଘନ କରିବା ଦ୍ୱାରା ଜରିମାନା ରାଶିକୁ ବଢାଇଥିବା ମୋଟର୍ ଯାନ ଆଇନ ଏବେ ବିବାଦ ଘେରକୁ ଚାଲିଆସିଛି । କିଛି ରାଜ୍ୟ ଜନତାଙ୍କ ଉପରେ ଏହାର ବୋଝ ପଡିବ ବୋଲି କହି ଏହି ନିୟମକୁ ଆପଣାଇ ନାହାନ୍ତି ।

ମୋଟର୍ ଯାନ ଆଇନ ୨୦୧୯ ସେପ୍ଟେମ୍ବର ପହିଲାରୁ ଲାଗୁ ହେଲାଣି । ଏହି ଆଇନ୍ ଅନୁସାରେ ବିପଦପୂର୍ଣ୍ଣ ଏବଂ ଭୁଲ୍ ତରିକାରେ ଗାଡି ଚଲାଇ ଧରାପଡିଲେ ପ୍ରଥମଥର ପାଇଁ ଦୋଷୀ ଜଣାପଡିଲେ ୬ ମାସ ରୁ ୧ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ୧ ରୁ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ଦ୍ୱିତୀୟ ଥର ପାଇଁ ଧରାପଡିଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ । ଏହାଛଡା କେଉଁ ନିୟମ ଭାଙ୍ଗିଲେ କେତେ ଜରିମାନା ଦିଆଯିବ ଏହାର ମଧ୍ୟ ବିସ୍ତୃତ ବିବରଣୀ ଦେଇଛନ୍ତି ସରକାର ।