ତେଲେଙ୍ଗାନାରେ ପୁଣି ଚାଲିବ କେସିଆରଙ୍କ ରାଜୁତି । ବିଜୟ ରାସ୍ତାରେ ଟିଆରଏସ୍

190

କନକ ବ୍ୟୁରୋ: ତେଲେଙ୍ଗାନାରେ ପୁଣି ଚାଲିବ କେସିଆରଙ୍କ ଯାଦୁ । ତେଲେଙ୍ଗାନାରେ ପୁଣି ଥରେ ସରକାର ଗଢିବ ଟିଆରଏସ । ତେବେ ଏକତରଫା ଭାବେ ନିର୍ବାଚନକୁ ଜିତି ନେଇଛନ୍ତି କେସିଆରଙ୍କ ସରକାର । ୧୧୯ ଆସନ ବିଶିଷ୍ଟ ଆସନରେ ଟିଆରଏସ ବହୁମତଠାରୁ ବହୁ ଅଧିକ ଆସନ ହାତେଇ ସରକାର ଗଠନ କରୁଛି ।

Source:The Indian Express

ଟିଆରଏସ ୮୭ ଟି ଆସନ ପାଇ ସରକାର ଗଠନ କରୁଥିବା ବେଳେ କଂଗ୍ରେସ ଖାତାରେ ୨୨ଟି ଆସନ ଯାଉଛି । ସେପଟେ ରଜ୍ୟରେ ଶକ୍ତିଶାଳୀ ନଥିବା ବିଜେପି ହାତରେ ୨ଟି ଆସନ ରହିଛି ଓ ଅନ୍ୟକୁ ୮ ଟି ଆସନ ମିଳିଛି । ମୁଖ୍ୟ ବିରୋଧି ଦଳ ଭାବେ ଉଭା ହେଇଥିବା କଂଗ୍ରେସ ହାତରେ କେବଳ ୨୨ ଟି ଆସନ ରହିଛି ।

ତେବେ ଏହା ଦ୍ୱାରା ସ୍ପଷ୍ଟ ହୋଇଯାଉଛି କି ତେଲେଙ୍ଗାନାରେ ପୁଣି ଥରେ କଲାମ କରିବେ କେସିଆର । ଏଠାରେ ଆମେ କହି ରଖୁଛୁ କି, ସକାଳ ୮ଟାରେ ୧୧୯ ଆସନବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି। ୨୦୧୪ ଆନ୍ଧ୍ରପ୍ରଦେଶର ବିଭାଜନ ହୋଇ ସୃଷ୍ଟ ଭାରତର ସବୁଠୁ କ୍ଷୁଦ୍ର ରାଷ୍ଟ୍ର ତେଲେଙ୍ଗାନାରେ ପ୍ରଥମ ଥର ଲାଗି ସମସ୍ତ ୧୧୯ ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।