ଭୋଟର୍ ତାଲିକାରୁ ଗାଏବ୍ ହେଲା ବ୍ୟାଡମିଣ୍ଟନ୍ ଖେଳାଳୀ ଜ୍ୱାଲା ଗୁଟ୍ଟାଙ୍କ ନାମ ! ଟ୍ୱିଟରରେ ମନର କଥା କହି ପ୍ରକଟ କଲେ କ୍ଷୋଭ । 

105

ରାଜସ୍ଥାନ ଏବଂ ତେଲେଙ୍ଗାନାରେ ଭୋଟିଙ୍ଗ୍ ଏବେ ଜାରୀ ରହିଛି । ଲୋକତନ୍ତ୍ରର ଏହି ପର୍ବରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସବୁ ଭୋଟ୍ ଦେବା ପାଇଁ ବୁଥ୍ କୁ ଆସୁଛନ୍ତି । କିନ୍ତୁ କିଛି ସ୍ଥାନରେ ଭୋଟର୍ ତାଲିକାରୁ ନାଁ ଗାୟବ୍ ଥିବାରୁ ଲୋକଙ୍କ ଭିତରେ ଅସନ୍ତୁଷ୍ଟତା ଦେଖିବାକୁ ମିଳିଛି । ଏହାଛଡା ଇବିଏମ୍ ଖରାପ ଥିବା ନେଇ ମଧ୍ୟ ଅଭିଯୋଗ ଆସିଛି । ତେଲେଙ୍ଗାନାର ହାଇଦ୍ରାବାଦ୍ ରେ ଭୋଟର ଲିଷ୍ଟ୍ ରେ ନିଜ ନାମ ନଥିବା ଦେଖି ବ୍ୟାଡମିଣ୍ଟନ୍  ଷ୍ଟାର ଜ୍ୱାଲା ଗୁଟ୍ଟା ଭୋଟ୍ ଦେବାକୁ ସକ୍ଷମ ହୋଇପାରିଲେ ନାହିଁ ।

ଟ୍ୱିଟର ଜରିଆରେ ସେ ନିଜ କ୍ଷୋଭ ପ୍ରକାଶ କରି କହିଛନ୍ତି ,ତାଙ୍କ ନାମ ଭୋଟର ତାଲିକାରେ ନାହିଁ ,ଯେଉଁଥିପାଇଁ ସେ ଏଭଳି ଅବହେଳାକୁ ବରଦାସ୍ତ କରି ପାରୁନାହାନ୍ତି । ଏହାଛଡା କିଭଳି ଭାବେ ଜଣେ ନାଗରିକଙ୍କ ଭୋଟ୍ ଦେବା କ୍ଷମତାକୁ କ୍ଷୁର୍ଣ୍ଣ କରାଯାଉଛି ଏହା ନେଇ ସେ ଆଚମ୍ବିତ ହୋଇଛନ୍ତି । ସେ କହିଛନ୍ତି ନିର୍ବାଚନ କିଭଳି ଭାବେ ସଫଳ ତଥା ସଠିକ୍ ଉପାୟରେ ହେବ ଯେବେକି ଭୋଟରଙ୍କ ନାଁ ହିଁ ଲିଷ୍ଟରେ ନାହିଁ ।

ଆପଣଙ୍କୁ କହିରଖୁଛୁ କି, ତେଲେଙ୍ଗାନାର ୧୧୯ ଟି ସିଟ୍ ପାଇଁ ଭୋଟିଂ ଜାରି ରହିଛି । ସକାଳ ୭ ଟାରୁ ଭୋଟିଂ ଆରମ୍ଭ ହେଲାଣି । ଏଠାରେ ନକ୍ସଲ୍ ପ୍ରଭାବିତ ୧୩ ଟି ସିଟରେ ଅପରାହ୍ନ ୪ ଟା ଏବଂ ଅନ୍ୟ ସିଟରେ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତଦାନ ଜାରୀ ରହିବ । ତେଲେଙ୍ଗାନାରେ ସତ୍ୟାଧାରୀ ତେଲେଙ୍ଗାନା ରାଷ୍ଟ୍ର ସମିତି,କଂଗ୍ରେସ-ଟିଡିପି ଏବଂ ବିଜେପି ମଧ୍ୟରେ ତ୍ରିକୋଣୀୟ ମୁକାବିଲା ଜାରୀ ରହିଛି । ନିର୍ବାଚନର ଫଳାଫଳ ଡିସେମ୍ବର ୧୧ ତାରିଖରେ ଆସିବ ।