ପ୍ରଧାନମନ୍ତ୍ରୀଙ୍କ ପାଣ୍ଠିଙ୍କୁ ମାତ୍ର ୯ ପଇସା ଦାନ କଲେ ତେଲେଙ୍ଗାନାର ଚନ୍ଦୁ ! ତୈଳ ଦରରେ ମାମୁଲି ହ୍ରାସ ଯୋଗୁଁ ଅଛନ୍ତି ନାରାଜ

22

ହୁତୁ ହୁତୁ ହୋଇ ତୈଳ ଦର ବୃଦ୍ଧି ପାଇଲା ପରେ ଏବେ ଧୀରେ ଧୀରେ କମୁଛି ତୈଳ ଦର । ଯାହା ସମୂଦ୍ରକୁ ଶଙ୍ଖେ କରି । ଲୋକଙ୍କ କହିବା ଅନୁସାରେ ବଢ଼ିଲା ବେଳେ ଅଧିକ ବଢ଼ୁଛି, କିନ୍ତୁ କମିବା ସମୟରେ ଖୁବ କମ କମୁଛି । ଯାହାଦ୍ୱାରା ମୋଦି ସରକାରଙ୍କ ପ୍ରତି ଜନଅସନ୍ତୋଷ ବୃଦ୍ଧି ପାଉଛି । ତୈଳ ଦର ବୃଦ୍ଧି ପ୍ରତିବାଦରେ ସାରା ଦେଶରେ ବିରୋଧର ସ୍ୱର ମଧ୍ୟ ଶୁଭିଥିଲା । ବିରୋଧୀ ଦଳ ତୈଳ ଦରକୁ ଅସ୍ତ୍ର କରି ମୋଦି ସରକାରଙ୍କୁ ବାରମ୍ଭାର ର୍ଟାର୍ଗେଟ ମଧ୍ୟ କରୁଛନ୍ତି । ତେବେ ତେଲ ଦରରେ ମାମୁଲି ହ୍ରାସ ଯୋଗୁଁ ତେଲେଙ୍ଗାନାର ଜଣେ ବ୍ୟକ୍ତି ଏପରି କିଛି କରିଛନ୍ତି ଯାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ । ଗତ ବୁଧବାର ଦିନ ବ୍ୟକ୍ତି ଜଣକ ପ୍ରଧାନମନ୍ତ୍ରୀ ପାଣ୍ଠିକୁ ମାତ୍ର ୯ ପଇସା ଦାନ କରିଛନ୍ତି ।

petrol and diesel price
image courtesy – http://www.autocarpro.in

ଏକ ରିପୋର୍ଟ ଅନୁସାରେ ତେଲେଙ୍ଗାନାର ୩୮ ବର୍ଷିୟ ଚନ୍ଦୁ ଗୌଡ଼ ପାଣ୍ଠିକୁ ୯ ପଇସା ପ୍ରଦାନ କରିଛନ୍ତି । ଚନ୍ଦୁଙ୍କ ଅନୁସାରେ ଲଗାତାର ୧୬ ଦିନ ପର୍ଯ୍ୟନ୍ତ ତୈଳ ଦର ବୃଦ୍ଧି ପାଇଥିଲା । ଆଉ ତା’ପରେ ତୈଳ ଦର ହ୍ରାସ ପାଇବାରେ ଲାଗିଲା । ଆଉ ଏସବୁ ପରେ ମାତ୍ର ୯ ପଇସା କମାଇଥିଲେ । ଏଥିପାଇଁ ସେ ପ୍ରଧାନମନ୍ତ୍ରୀ କୋଷକୁ ଉକ୍ତ ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେ କହିଛନ୍ତି ୮୩ ଟଙ୍କାରୁ କମାଇ ୮୨.୯୧ ଟଙ୍କା କରାଯାଇଛି । ସିରସିଲାର ଜିଲ୍ଲାପାଳଙ୍କ ଅନୁସାରେ ଚନ୍ଦୁ ଦାନ କରିଥିବା ଅର୍ଥକୁ ପ୍ରଧାନମନ୍ତ୍ରୀ ପାଣ୍ଠିକୁ ପଠାଇଦିଆଯାଇଛି ।