ତେଲକୋଇ ବିଧାୟକଙ୍କୁ ଆକ୍ରମଣ ଘଟଣା : ୭ ଜଣଙ୍କୁ ଗିରଫ କଲା ହରିଚନ୍ଦନପୁର ପୋଲିସ

32

କନକ ବ୍ୟୁରୋ : ତେଲକୋଇ ବିଧାୟକଙ୍କୁ ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ। ବିଧାୟକ ବେଦବ୍ୟାସ ନାୟକଙ୍କୁ ମାଡ ମାରିବା ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ହରିଚନ୍ଦନପୁର ଥାନା ପୋଲିସ। ବିଜେଡିର ବ୍ଲକସ୍ତରୀୟ ଦଳୀୟ କର୍ମୀଙ୍କ ସମ୍ମିଳନୀରେ ବିଧାୟକଙ୍କୁ ଆକ୍ରମଣ ହୋଇଥିଲା।

ଗୁଣ୍ଡିଚାଘାଗିରେ ଚାଲୁଥିଲା ଏହି କର୍ମୀ ସମ୍ମିଳନୀ। ସଭାରେ ଜିଲ୍ଲା ସଭାପତି ମଧ୍ୟ ଉପସ୍ଥିତ ଥିବାବେଳେ ଦଳୀୟ କର୍ମୀଙ୍କ ମୁଥ ମାଡରେ ବଧାୟକ ବେଦବ୍ୟାସ ନାୟକଙ୍କ ମୁଣ୍ଡ ଫାଟିଯାଇଥିଲା। ବିଧାୟକଙ୍କୁ ହରିଚନ୍ଦନପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା। ଏହି ଘଟଣା ପରେ କେନ୍ଦୁଝର ଜିଲ୍ଲାରେ ବିଜେଡିର ଦଳୀୟ କନ୍ଦଳ ପଦାକୁ ଆସିଥିଲା।

ମନ୍ତ୍ରୀ ବଦ୍ରିପାତ୍ରଙ୍କ ସମର୍ଥକ ଓ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ଥିବା ଅନ୍ତର୍ଦ୍ଦ୍ୱନ୍ଦ ଦାଣ୍ଡରେ ପଡି ହାଟରେ ଗଡିଥିଲା। ସେପଟେ ପୁଅକୁ ଦଳୀୟ କର୍ମୀଙ୍କ ମାଡ ପରେ ଭୟଭିତ ହୋଇପଡିଥିଲେ ବିଧାୟକ ବେଦବ୍ୟାସଙ୍କ ମାଆ। ତାଙ୍କୁ ସୁରକ୍ଷା ଯୋଗାଇ ଦେବାପାଇଁ ଗତକାଲି ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଆସିଥିଲେ ବେଦବ୍ୟାସଙ୍କ ମାଆ। ହେଲେ ନବୀନ ନିବାସ ଆସି ଖାଲି ହାତରେ ଫେରିବାକୁ ପଡିଛି। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ଦେଖା ହୋଇପାରିନଥିବା ଜଣାପଡିଛି।

ଏହା ସହ ଦେଖନ୍ତୁ ଏହି ଭିଡିଓ –