ଲାଲୁଙ୍କ ଘରେ ଖୁସିର ମାହୋଲ! ବଡପୁଅ ତେଜପ୍ରତାପଙ୍କ ନିର୍ବନ୍ଧ ଶାନ୍ତି ଶୃଙ୍ଖଳାରେ ସମ୍ପର୍ଣ୍ଣ ହେଲା ।

42

ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତଥା ବିହାରର ପୂର୍ବ ସ୍ୱାସ୍ଥ୍ୟ ମନ୍ତ୍ରୀ ତେଜପ୍ରତାପ ଯାଦବଙ୍କ ବିବାହ ଚଳିତ ବର୍ଷ ମେ ୧୨ ତାରିଖରେ ହେବାକୁ ଯାଉଛି । ଏହା ପୂର୍ବରୁ ଆଜି ପଟନାରେ ତାଙ୍କର ନିର୍ବନ୍ଧ କାର୍ଯ୍ୟ ଶେଷ ହୋଇଯାଇଛି । ତେଜପ୍ରତାପଙ୍କ ବିବାହ ବିହାରର ପୂର୍ବ ମୁ୍ଖ୍ୟମନ୍ତ୍ରୀ ଦରୋଗା ପ୍ରସାଦ ରାୟଙ୍କ ନାତୁଣୀ ଐଶୋର୍ଯା ରାୟଙ୍କ ସହ ସ୍ଥିର ହୋଇଥିବାବେଳେ ସେ ଆରଜେଡି ବିଧାୟକ ଏବଂ ପୂର୍ବମନ୍ତ୍ରୀ ଚନ୍ଦ୍ରିକା ରାୟଙ୍କ ଝିଅ ଅଟନ୍ତି । ନିର୍ବନ୍ଧ ସମୟରେ ତେଜପ୍ରତାପ ନୀଳ ରଙ୍ଗର ସେରୱାନି ପିନ୍ଧିଥିବା ବେଳେ ଐଶୋର୍ଯା ମଧ୍ୟ ଭାବିସ୍ୱାମୀଙ୍କ ପୋଷାକକୁ ମ୍ୟାଚିଙ୍ଗ୍ କରି ନୀଳ ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ । ଐଶୋର୍ଯା ପଟନାରେ ବିଦ୍ୟାଳୟ ପାଠ୍ୟକ୍ରମ ଶେଷ କରିଥିବାବେଳେ ଦିଲ୍ଲୀର ଦୋଲତ ରାମ କଲେଜରେ ଇତିହାସରେ ସ୍ନାତକ ହାସଲ କରିଛନ୍ତି । ସ୍ୱାମୀ ଲାଲୁ ପ୍ରସାଦ ଯାଦବଙ୍କ ଅନୁପସ୍ଥିତିରେ ସ୍ତ୍ରୀ ରାବିଡି ଦେବୀ ନିର୍ବନ୍ଧ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପର୍ଣ୍ଣ କଲେ ।