ତେଜସ୍ ଏକ୍ସପ୍ରେସ ହୋଇପାରେ ଦେଶର ପ୍ରଥମ ପ୍ରାଇଭେଟ୍ ଟ୍ରେନ୍ : ପ୍ରଥମ ଥର ବେସରକାରୀ ସଂସ୍ଥାକୁ ଦିଆଯିବ ଟ୍ରେନ୍ ସଂଚାଳନ ସୁଯୋଗ

231

ଦିଲ୍ଲୀ ଓ ଲଖନଉ ମଧ୍ୟରେ ଚାଲୁଥିବା ତେଜସ୍ ଏକ୍ସପ୍ରେସ ହୋଇପାରେ ଦେଶର ପ୍ରଥମ ପ୍ରାଇଭେଟ୍ ଟ୍ରେନ୍ । ଆଇଆରସିଟିସିର ଦୁଇଟି ଟ୍ରେନକୁ ଲିଜରେ ଦିଆଯିବ ଏବଂ ଏହି ଟ୍ରେନ୍ ବେସରକାରୀ ସଂସ୍ଥାକୁ ସଂଚାଳନ କରିବାକୁ ଦିଆଯାଇପାରେ ।

ରେଳବାଇ ସୂତ୍ର ମୁତାବକ, ଲଖନଉ ଓ ଆନନ୍ଦ ବିହାର ପାଇଁ ପ୍ରଥମେ ଘୋଷଣା କରାଯାଇଥିବା ତେଜସ୍ ଟ୍ରେନ୍ ଓ ଚଣ୍ଡିଗଡ-ନୂଆ ଦିଲ୍ଲୀ ମଧ୍ୟରେ ପୂର୍ବରୁ ଘୋଷିତ ତେଜସ୍ ଟ୍ରେନକୁ ଏହି ପ୍ରୟୋଗରେ ସାମିଲ କରାଯିବାର ସମ୍ଭାବନା ଅଛି । ଏହି ଦୁଇଟି ତେଜସ୍ ଏକ୍ସପ୍ରେସ ୨୦୧୬ରୁ ରେଳବାଇର ସମୟ ସାରଣୀରେ ସାମିଲ ଅଛି । କିନ୍ତୁ ଏପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ । ଏହି ଦୁଇଟି ରେଳଗାଡି ପ୍ରସ୍ତୁତ ହୋଇସାରିଛି । ଆନନ୍ଦ ବିହାର ଓ ଲଖନଉ ମଧ୍ୟରେ ଥିବା ତେଜସ୍ ଏକ୍ସପ୍ରେସ୍ ଗତ ୧ବର୍ଷରୁ ପ୍ରସ୍ତୁତ ଅଛି । ଆଇଆରସିଟିସି ଏହି ଟ୍ରେନ୍ ଗୁଡିକୁ ନିଜ ଅଧିନକୁ ଆଣିବା ପରେ ନିଲାମ କରି ପ୍ରାଇଭେଟ୍ ପ୍ଲେୟର୍ସ କିମ୍ବା ପର୍ଯ୍ୟଟନ ସଂସ୍ଥାକୁ ଦେଇପାରେ ।