‘ତେଜସ’ର ତେଜରେ ଚିହିଁକି ଉଠିବ ପାକିସ୍ତାନ ଓ ଚୀନ୍ ! ଭାରତୀୟ ବାୟୁସେନାରେ ସାମିଲ ହେବ ୩୨୪ଟି ଅତ୍ୟାଧୁନିକ ତେଜସ ଫାଇଟର ଜେଟ

36

ଦୀର୍ଘ ବର୍ଷ ପରେ ଯୁଦ୍ଧବିମାନ ‘ତେଜସ’କୁ ଭାରତୀୟ ବାୟୁସେନା ନିଜ ଟ୍ରୁପରେ ସାମିଲ କରିବାକୁ ରାଜି ହୋଇଛି । ୩୨୪ଟି ତେଜସ ବିମାନକୁ ସାମିଲ କରିବାକୁ ସ୍ୱୀକୃତି ମିଳିଥିବା ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ୧୨୩ ତେଜସ ସାମିଲ ହେବେ । ଏହାର ବିକାଶ ଓ ଉତ୍ପାଦନ ପାଇଁ ପ୍ରାୟ ୭୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି ।

ପରବର୍ତୀ ପର୍ଯ୍ୟାୟରେ ଅତ୍ୟାଧୁନିକ ସୁବିଧା ଥିବା ୨୦୧ଟି ଯୁଦ୍ଧବିମାନ ତେଜସ ମାର୍କ-୨ ଜେଟ୍ ଭାରତୀୟ ବାୟୁ ସେନାରେ ସାମିଲ ହେବ । ଏଥିରେ ଉନ୍ନତ ଧରଣର ରାଡାର ବ୍ୟବସ୍ଥା, ଯୁଦ୍ଧାସ୍ତ୍ର ପରିବହନ କ୍ଷମତା ଏବଂ ଅଧିକ ଶକ୍ତିଶାଳୀ ଇଂଜିନ ଥିବା ସୂଚନା ମିଳିଛି । ଚୀନ ଓ ପାକିସ୍ତାନକୁ ମୁକାବିଲା କରିବାକୁ ଫାଇଟର ସ୍କ୍ରାଡ୍ରନ ବଢାଇବା ଭାରତ ପାଇଁ ଆବଶ୍ୟକ ବୋଲି ଆକଳନ କରିଛି ବାୟୁସେନା । ବର୍ତମାନ ୩୧ ସ୍କ୍ୱାଡ୍ରନ ରହିଛି ଏବଂ ଏହାକୁ ୪୨ ଯାଏଁ କରିବା ଜରୁରୀ ବୋଲି କୁହାଯାଉଛି ।