ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ । ସମୁଦ୍ର ଭିତରେ ଆଇଏନଏସ ବିକ୍ରମାଦିତ୍ୟରେ ଓହ୍ଲାଇଲା ଲଢୁଆ ବିମାନ ତେଜସ୍, ଷଷ୍ଠ ଦେଶ ଭାବେ ଇତିହାସ ରଚିଲା ଭାରତ ।

466

କନକ ବ୍ୟୁରୋ: ଭାରତୀୟ ନୌସେନା ପାଇଁ ଐତିହାସିକ ଦିନ । ସ୍ୱଦେଶୀ ବିମାନ ତେଜସ୍ ପ୍ରଥମ ଥର ପାଇଁ ବିମାନବାହକ ଜାହାଜ ଆଇଏନଏସ୍ ବିକ୍ରମାଦିତ୍ୟରେ ସଫଳତାର ସହ ଅବତରଣ କରିଛି । ଏଥର ଗଭିର ସମୁଦ୍ର ଭିତରୁ ଥାଇ ବି ଶତ୍ରୁ ଉପରେ ଆକ୍ରମଣ କରିପାରିବ ଭାରତ । ଡବଲ ଇଂଜିନ ଯୁକ୍ତ ହାଲୁକା ଲଢାଖୁ ବିମାନ ତେଜସ୍, ଆଇଏନଏସ ବିକ୍ରମାଦିତ୍ୟରେ ସଫଳତାର ସହ ଓହ୍ଲାଇବା ପରେ ଭାରତୀୟ ନୌସେନାର ଶକ୍ତି ଆହୁରି ବଢି ଯାଇଛି ।

ଏଥର ଗଭୀର ସମୁଦ୍ରରେ ଥାଇ ବି ଶତ୍ରୁ ଉପରେ ଆକ୍ରମଣ କରିପାରିବ ଭାରତୀୟ ନୌସେନା । ଲଢାଖୁ ବିମାନ ତେଜସ ସମୁଦ୍ର ଭିତରେ ବି ନିଜ ଶତ୍ରୁ ଉପରେ କରିପାରିବ ହମ୍ଲା । କାରଣ ବିମାନବାହୀ ଜାହାଜ ଆଇଏନଏସ୍ ବିକ୍ରମାଦିତ୍ୟରେ ଏଥର ଅବତରଣ କରିପାରିବ ଲଢାଖୁ ବିମାନ ତେଜସ୍ । ଲାଇଟ କମ୍ବାଟ୍ ଏୟାରକାର୍ଫ୍ଟ ତେଜସ୍ ପ୍ରଥମ ଥର ପାଇଁ ବିମାନବାହି ଜାହାର ଆଇଏନଏସ୍ ବିକ୍ରମାଦିତ୍ୟରେ ଓହ୍ଲାଇଛି । କମୋଡର ଜୟଦୀପ୍ ମୋଲଙ୍କର ତେଜସକୁ ଶନିବାର ସକାଳ ୧୦ଟା ୨ମିନିଟ୍ରେ ସଫଳତାର ସହ ବିକ୍ରାମାଦିତ୍ୟରେ ଅବତରଣ କରାଇଛନ୍ତି । ଏହି ଭାରତୀୟ ନୌସେନା ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ ହୋଇ ରହିବ । ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଂଟ୍ ଅର୍ଗାନାଇଜେସନ୍ ବା ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଏୟାରକ୍ରାଫ୍ଟ ତେଜସ୍କୁ ଅରେଷ୍ଟର ୱାୟାର ବା କାବୁ କରିବା ତାର ସାହାଯ୍ୟରେ ଆଇଏନ୍ଏସ୍ ବିକ୍ରମାଦିତ୍ୟ ଉପରେ ଓହ୍ଲାଯାଇଛି ।

ସବୁଠାରୁ ବଡ଼ କଥା ହେଲା, ଅରେଷ୍ଟର ୱାୟାର ଦ୍ୱାରା ବିମାନକୁ ଓହ୍ଲାଇବାରେ ଋଷ, ଆମେରିକା ଫ୍ରାନ୍ସ, ବ୍ରିଟେନ୍ ଓ ଚୀନ୍ ପରେ ବିଶ୍ୱର ଷଷ୍ଠ ରାଷ୍ଟ୍ର ହୋଇଛି ଭାରତ । ନୌସେନାର ଏହି ସଫଳତା ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ କରି ନିଜ ଖୁସି ଜାହିର କରିଛନ୍ତି । ନିଜ ଟ୍ୱିଟ୍ରେ ଡିଆରଡିଓ ଏବଂ ଭାରତୀୟ ନୌସେନାକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ଏହି ସଫଳ ପରୀକ୍ଷଣ ପରେ ଭାରତରେ ୨ଟି ଇଂଜିନ୍ ଯୁକ୍ତ ଫାଇଟର ପ୍ଲେନ ଅଧିକ ପରିମାଣର ପ୍ରସ୍ତୁତ କରାଯିବ ବୋଲି ଅନୁମାନ କରାଯାଉଛି ।

ଏହା ପୂର୍ବରୁ ନଭେମ୍ବର ୨୯, ୨୦୧୯ରେ କମ୍ ଓଜନ ଯୁକ୍ତ ଏହି ଲଢାଖୁ ବିମାନକୁ ଗୋଆରେ ଥିବା ଆଇଏନ୍ଏସ୍ ହଂସାରେ ସଫଳତାର ସହ ଅବତରଣ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ବିମାନବାହି ଜାହାଜ ଆଇଏନଏସ ବିକ୍ରମାଦିତ୍ୟ ୨୦୧୩ ମସିହାରୁ ଭାରତୀୟ ନୌସେନା ସହ ଜଡିତ ହୋଇଛି । ଆଉ ଏହା ଉପରେ ତେଜସର ଅବତରଣ ନିଶ୍ଚିତ ଭାବେ ଏକ ବଡ ସଫଳତା ଭାରତୀୟ ନୌସେନା ପାଇଁ ।