ବେଙ୍ଗାଲୁର ଏରୋ ଇଣ୍ଡିଆ ସୋ’ରେ ଦମ ଦେଖାଇଲା ଯୁଦ୍ଧ ବିମାନ ତେଜସ : ରହିଛ୩ହଜାର କିଲୋଗ୍ରାମର ଯୁଦ୍ଧାସ୍ତ୍ର ବହନ କ୍ଷମତା

98

କନକ ବ୍ୟୁରୋ : ଆକାଶରେ ତେଜ ଦେଖାଇଛି ତେଜସ୍ । ବେଙ୍ଗାଲୁରୁରେ ଚାଲିଥିବା ଏରୋ ଇଣ୍ଡିଆ ସୋ’ରେ ଦେଖିବାକୁ ମିଳିଛି ତେଜସର ଦମ । ସେନାମୁଖ୍ୟ ବିପିନ ରାୱତ ଏହି ଯୁଦ୍ଧ ବିମାନରେ ବସି ଆକାଶରେ ଉଡିଥିଲେ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଯୁଦ୍ଧ ବିମାନ । ବେଙ୍ଗାଲୁରୁରେ ଚାଲିଛି ଏହି ଏୟାରିଣ୍ଡିଆ ଶୋ । ଏଥିରେ ବିଭିନ୍ନ ଯୁଦ୍ଧବିମାନ ସେମାନଙ୍କ କୌଶଳ ପ୍ରଦର୍ଶନ କରୁଛନ୍ତି ।

ତେଜସ ବିଷୟରେ . . . .
ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ଯୁଦ୍ଧବିମାନ । ଗୋଟିଏ ସିଟ୍ ଓ ଗୋଟିଏ ଜେଟ୍ ଇଂଜିନ ବିଶିଷ୍ଟ ଏହି ହାଲୁକା ଲଢୁଆ ବିମାନ ୫୦ହଜାର ଫୁଟ ଉଚ୍ଚରେ ଉଡି ଶତ୍ରୁ ପକ୍ଷକୁ ଧ୍ୱସଂ କରିବାର କ୍ଷମତା ରଖିଛି । ଆକାଶରେ ଉଡାଣ ସମୟରେ ମଧ୍ୟ ଆକାଶରେ ଥିବା ଶତ୍ରୁ ପକ୍ଷର ବିମାନ ଉପରେ ଆକ୍ରମଣ କରିବା ପାଇଁ ଏଥିରେ ଡର୍ବି ମିଜାଇଲ ଖଂଜା ଯାଇଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଡର୍ବି ମିଜାଇଲ ଦ୍ରୁତ ଗତିରେ ଉଡୁଥିବା ଶତ୍ରୁ ପକ୍ଷର ବିମାନକୁ ଚିହ୍ନଟ କରି ଧ୍ୱସଂ କରିପାରିବ । ଆକାଶରୁ ଭୂପୃଷ୍ଠକୁ ଆକ୍ରମଣ କରିବା ପାଇଁ ଏଥିରେ ଖଂଜା ଯାଇଛି ଲେଜର ଗାଇଡେଡ ବୋମା । ୧ହଜାର ୩ଶହ ୫୦ କିଲୋମିଟର ପ୍ରତି ଘଂଟା ବେଗରେ ୨ହଜାର ୩ଶହ କିଲୋମିଟର ଦୂରତା ଅତିକ୍ରମ କରିପାରିବ ତେଜସ । ଏହାସହ ୩ହଜାର କିଲୋଗ୍ରାମର ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଛି ଏହି ଯୁଦ୍ଧ ବିମାନର ।

Comments are closed.