କେଉଁଠି ଅଛନ୍ତି ବିଏସଏଫ ଯବାନ ତେଜବାହାଦୂର ? ସ୍ୱାମୀଙ୍କୁ ହାଜର ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ତେଜଙ୍କ ପତ୍ନୀ

33

କନକ ବ୍ୟୁରୋ : କେଉଁଠି ଅଛନ୍ତି ବିଏସଏଫ ଯବାନ ତେଜବାହାଦୁର । ନିଜ ସ୍ୱାମୀ କେଉଁଠି ଅଛନ୍ତି ଜାଣିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତେଜବାହାଦୁରଙ୍କ ପତ୍ନୀ । ଯବାନଙ୍କୁ ନିକୃଷ୍ଟ ଖାଦ୍ୟ ମିଳୁଥିବା ଭିଡିଓ ସୋସିଆଲ ସାଇଟରେ ସେୟାର କରିବା ପରେ ତେଜବାହାଦୁର ନିର୍ଯାତନାର ଶିକାର ହେଉଥିବା ଆଶଙ୍କା ପ୍ରକାଶ କରିଛନ୍ତି ପତ୍ନୀ ଶର୍ମିଲା । ସ୍ୱାମୀଙ୍କ ସହ ତାଙ୍କୁ କଥା ହେବା ପାଇଁ ସୁଯୋଗ ଦିଆଯାଉ ନଥିବା ସେ ଅଭିଯୋଗ କରିଛନ୍ତି ।