ଶୀତଦିନରେ କେମିତି କରିବେ ଦାନ୍ତ ସମସ୍ୟାର ପ୍ରତିକାର , ଜାଣନ୍ତୁ ଏହି ଟିପ୍ସ

162

ଶୀତଦିନେ ଦାନ୍ତ ଓ ମାଢି ସମସ୍ୟା ବଢେ । ପର୍ଯ୍ୟାପ୍ତ ସୂର୍ଯ୍ୟ କିରଣ ଓ ମୁକ୍ତ ବାୟୁ ଅଭାବରୁ ଶରୀରରେ କାଲ୍ସିୟମ ପରିମାଣ କମିଯାଏ । ଭିଟାମିନ୍ ଡି ମିଳେ ନାହିଁ; ଯାହା ଦାନ୍ତ ଅସ୍ଥିର ସୁସ୍ଥତା ପାଇଁ ଅଧିକ ଜରୁରୀ । ଏହି ଋତୁରେ ମଧ୍ୟ ରୋଗ ପ୍ରତିରୋଧ ଶକ୍ତି କମିଯାଏ । ଜୀବାଣୁ ଓ ଭୂତାଣୁ ଦ୍ୱାରା ଦାନ୍ତ, ମାଢି ଅଧିକ ସଂକ୍ରମିତ ହୁଏ । ପାଏରିଆ ବା ଦାନ୍ତ ରୋଗର ଏହା ମୁଖ୍ୟ କାରଣ ।

ପ୍ରତିକାର –
ଶୁଖିଲା ପାଟିରେ ପାଣି ବ୍ୟବହାର କରିବାର ଅନିଚ୍ଛା ଯୋଗୁ ସମସ୍ୟା ବଢେ । ଦାନ୍ତ ସନ୍ଧିରେ ଖାଦ୍ୟ ଟୁକୁଡା ଲାଗି ଦୁର୍ଗନ୍ଧ ହୁଏ । ଦାନ୍ତ ସମସ୍ୟା ନ ବଢିବା ପାଇଁ ସତର୍କ ରୁହନ୍ତୁ । ଦିନକୁ ଦୁଥ ଥର ଭଲଭାବେ ଦାନ୍ତ ଘଷନ୍ତୁ । ଖରାରେ କିଛି ସମୟ ବୁଲନ୍ତୁ ଓ ବ୍ୟାୟମ କରନ୍ତୁ । ଲେମ୍ବୁ, ଅଅଁଳା, କମଳା, ଶାଗ ଆଦି ଭିଟାମିନ୍ ସି ଯୁକ୍ତ ଖାଦ୍ୟ ମାଢି ପାଇ ଭଲ । ଖିର, ଦହି, ମାଛ, ମାଂସ ଆଦି ଖାଇବା ଭଲ ଭାବେ ମୁଖ ସଫା ନ କଲେ ଦାନ୍ତ ସମସ୍ୟା ବଢେ । ଡାକ୍ତରଙ୍କ ପରାମର୍ଶ ଅନୁସାରେ କାଲ୍ସିଅମ୍ ଓ ଭିଟାମିନ୍ ଡି ଯୁକ୍ତ ସେବନ ଦ୍ୱାରା ସୁଫଳ ମିଳେ । ମିଠାଜାତୀୟ ଖାଦ୍ୟ କମାନ୍ତୁ । ଫ୍ଲୋରାଇଡ ଯୁକ୍ତ ପେଷ୍ଟରେ ଦାନ୍ତ ଘଷନ୍ତୁ । ପ୍ରଚୁର ପାଣି ପିଅନ୍ତୁ ।